ସବକା ବିକାଶ ନୁହେଁ ସବକା ବିନାସ

ସବକା ବିକାଶ ନୁହେଁ ସବକା ବିନାସ

ସବକା ବିକାଶ ନୁହେଁ ସବକା ବିନାସ
ଭୁବନେଶ୍ୱର - ଜାନୁଆରୀ ୮ରେ ଭାରତ ବନ୍ଦର ଡାକରା ଦେଇଛନ୍ତି ଶ୍ରମିକ ସଂଘ । ଯାହାର ପ୍ରଭାବ ଓଡ଼ିଶାରେ ବହୁମାତ୍ରାରେ ପରିଲକ୍ଷିତ ହେବ ବୋଲି ନିଶ୍ଚିତ ହୋଇଯାଇଛି । ଶ୍ରମିକ ସଂଘର ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିବାବେଳେ ବିଜୁ ଜନତା ଦଳ ମଧ୍ୟ ସମର୍ଥନ କରିଛି । ବିଜେଡ଼ି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ଘୋଷଣା କରିଛନ୍ତି । ବନ୍ଦକୁ ନେଇ ମନ୍ତ୍ରୀ କହିଛନ୍ତି ଯେ ବିନାଶ କାରୀ ଆର୍ଥୀକ ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ଆମେ ସମର୍ଥନ କରୁଛୁ । ବିଜେପିର ସବକା ବିକାଶକୁ ସମାଲୋଚନା କରି କହିଛନ୍ତି ଯେ ସବକା ବିନାଶ । ଦେଶରେ ଦରଦାମ ବୃଦ୍ଧି ସହ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । ସେହିପରି ବେରୋଜଗାରୀ ବି ବଢ଼ିଛି ବୋଲି ସେ କହିଛନ୍ତି । ଦୁଇ ପ୍ରମୁଖ ଦଳ ବନ୍ଦକୁ ସମର୍ଥନ କରିଥିବାରୁ ରାଜ୍ୟରେ ଏହାର ପ୍ରଭାବ ବ୍ୟାପକ ପଡ଼ିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟଯେ, ଆସନ୍ତା ଜାନୁଆରୀ ୮ରେ କେନ୍ଦ୍ରୀୟ ଶ୍ରମିକ ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ଏହି ଆନେ୍ଦାଳନର ଡାକରା ଦିଆଯାଇଛି । ଦେଶର ପ୍ରମୁଖ ୧୦ ଶ୍ରମିକ ସଂଘ ମିଳିତ ଭାବେ ଭାରତ ବନ୍ଦରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ପୂର୍ବରୁ ଏହି ବନ୍ଦ ଡାକରାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀ ଶ୍ରମିକ ସଂଘଗୁଡ଼ିକ ସହ ଆଲୋଚନା କରିଥିଲେ । ତେବେ ଏହା ଫଳପ୍ରଦ ହୋଇନଥିଲା ।