ମହଙ୍ଗା ହେଉଛି ପେଟ୍ରୋଲ ଦର

ମହଙ୍ଗା ହେଉଛି ପେଟ୍ରୋଲ ଦର

ମହଙ୍ଗା ହେଉଛି ପେଟ୍ରୋଲ ଦର
ଭୁବନେଶ୍ୱର - ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୦ ଡଲାର ହୋଇଯାଇଛି। ଏହାର ପ୍ରଭାବରେ ଦେଶ ଭିତରେ ପେଟ୍ରୋଲ୍ ଓ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। କ୍ରମାଗତ ପଞ୍ଚମ ଦିନ ପାଇଁ ପେଟ୍ରୋଲ ଦାମ୍ ବଢ଼ିଛି। ଇରାନ ସେନାର କମାଣ୍ଡର କ୍ୱାସିମ ସୁଲେମାନୀଙ୍କୁ ଇରାକର ବାଗଦାଦରେ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରି ମାରିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇଛି। ଏହାର ପ୍ରଭାବ ଘରୋଇ ବଜାରରେ ଅନୁଭୂତ ହୋଇଛି। ଗତ ୫ ଦିନ ହେଲା ଲଗାତାର ତେଲ ଦର ବଢ଼ୁଛି। ଭୁବନେଶ୍ୱରରେ ପେଟ୍ରୋଲ୍ ଦାମ୍ ୭୪ ଟଙ୍କା ୬୬ ପଇସାକୁ ବୃଦ୍ଧି ପାଇଛି।