ସମାନ ଆସନରେ ଲଢ଼ିବେ କଂଗ୍ରେସ-ଏନସିପି

ସମାନ ଆସନରେ ଲଢ଼ିବେ କଂଗ୍ରେସ-ଏନସିପି

ସମାନ ଆସନରେ ଲଢ଼ିବେ କଂଗ୍ରେସ-ଏନସିପି
ମୁମ୍ବାଇ : ମହାରାଷ୍ଟ୍ରରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ନିମନ୍ତେ ଏନ୍ସିପି କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି । ଉଭୟ ଦଳ ରାଜ୍ୟରେ ୧୨୫ଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ ବୋଲି ଏନ୍ସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଛନ୍ତି । ରାଜ୍ୟର ସମୁଦାୟ ୨୮୮ ଆସନରୁ କଂଗ୍ରେସ-ଏନସିପି ମେଣ୍ଟ ୨୫୦ଟି ଆସନରେ ଲଢ଼ିବାକୁ ଥିବା ବେଳେ ବଳକା ୩୮ଟି ଆସନରୁ ଅନ୍ୟ ସହଯୋଗୀ ଦଳ ଗୁଡ଼ିକ ନିମନ୍ତେ ଛଡ଼ାଯାଇଥିବା ପାୱାର ପ୍ରକାଶ କରିଛନ୍ତି । ରାଜ୍ୟରେ କ୍ଷମତାସୀନ ଶିବସେନା ବିଜେପି ମେଣ୍ଟ ସହ ମୁକାବିଲା କରିବା ନିମନ୍ତେ କଂଗ୍ରେସ ଏବଂ ଏନ୍ସିପି ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୧୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ଏନ୍ସିପି ପୃଥକ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ । ସେତେବେଳେ କଂଗ୍ରେସ ୪୨ଟି ଆସନରେ ବିଜୟୀ ହୋଇଥିବା ବେଳେ ଏନ୍ସିପି ୪୧ଟି ଆସନରେ ନିଜ ଖାତା ଖୋଲିପାରିଥିଲା ।