ଝିଅମାନେ ମାଗଣାରେ ପାଠ ପଢିବେ: ନବୀନ

ଝିଅମାନେ ମାଗଣାରେ ପାଠ ପଢିବେ: ନବୀନ

ଝିଅମାନେ ମାଗଣାରେ ପାଠ ପଢିବେ: ନବୀନ
ଭବାନୀପାଟଣା : ସ୍ଥାନୀୟ ଜୟପାଟଣାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତିଶ୍ରୁତିର ବର୍ଷା କରିଛନ୍ତି । ଉକ୍ତ ନିର୍ବାଚନୀ ସଭାରେ ନବୀନ ପୁଣି ଥରେ ମା’ଙ୍କ ଉପରେ ଗୁରୁତ୍ୱ ଦେବା ସହ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେଡି କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ବୃଦ୍ଧି କରାଯିବ । ମା’ ମାନଙ୍କୁ ୭ଲକ୍ଷ ବଦଳରେ ୧୦ ଲକ୍ଷ ପ୍ରଦାନ କରାଯିବ । ଏହାଛଡ଼ା ମିଶନ ଶକ୍ତିର ମା’ମାନଙ୍କୁ ୫ ହଜାର କୋଟି ପର୍ଯ୍ୟନ୍ତ ସରକାରୀ କାମ ଯୋଗାଇ ଦିଆଯିବ । ଗରିବ ଝିଅ ମାନଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହାଛଡ଼ା ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ପାଇଁ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ଝିଅମାନଙ୍କୁ ମାଗଣାରେ ଶିକ୍ଷା ସୁବିଧା ଉପଲବ୍ଧ କରାଯିବ । କେଜିରୁ କଲେଜ, ମେଡିକାଲ, ଇଞ୍ଜିନିୟରିଂ ସବୁ ପାଠ୍ୟକ୍ରମ ପାଇଁ ମାଗଣାରେ ପଢିପାରିବେ ଝିଅମାନେ । ଦଳ ସରକାର ଗଢିଲେ ଆଶ୍ରମ ସ୍କୁଲ ପରିଚାଳନା, ଡାକ୍ତରଖାନା ପରିଚାଳନା, ସ୍କୁଲ ୟୁନିଫର୍ମ ଯୋଗାଣ ଅନେକ ସରକାରୀ କାମ ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତ କରାଯିବ । ଯଦ୍ୱାରା ମିଶନ ଶକ୍ତିର ମା’ମାନେ ୫ ଶହ କୋଟି ଟଙ୍କାର ଲାଭ ପାଇବେ ।