ସିଦ୍ଧାର୍ଥ-କିଆରାଙ୍କ ବିବାହ ରିସେପସନରେ ବଲିଉଡ଼ ହସିନାଙ୍କ ଜଲୱା

ସିଦ୍ଧାର୍ଥ-କିଆରାଙ୍କ ବିବାହ ରିସେପସନରେ ବଲିଉଡ଼ ହସିନାଙ୍କ ଜଲୱା

ସିଦ୍ଧାର୍ଥ-କିଆରାଙ୍କ ବିବାହ ରିସେପସନରେ ବଲିଉଡ଼ ହସିନାଙ୍କ ଜଲୱା

ମୁମ୍ବାଇ: ବଳିଉଡ଼ର ନବ ବିବାହିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନୀ । ବିବାହ ପରେ ଦୁହେଁ ନିଜ ବଲିଉଡ଼ ଇଣ୍ଡଷ୍ଟ୍ରିର ବନ୍ଧୁଙ୍କ ପାଇଁ ରଖିଥିଲେ ଗ୍ରାଣ୍ଡ ରିସେପସନ । ୧୨ ଫେବୃୟାରୀରେ ମୁମ୍ବାଇର ସେଣ୍ଟରୋଜେସ ହୋଟେଲରେ ହୋଇଥିଲା ଏହି ସେଲିବ୍ରିଟି ରିସେପସନ । ଏହି ରିସେପସନକୁ ବଲିଉଡ଼ର ବହୁ କଳାକାରଙ୍କ ସହ ମହାନ ହସ୍ତି ମାନେ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଠାରେ ରଣବୀର ସିଂ, ବରୁଣ ଧୱନ, ଅଜୟ ଦେବଗନ, କାଜୋଲ, କରନ ଜୋହର ଭଳି ଷ୍ଟାର ସିଦ୍ଧାର୍ଥ-କିଆରାଙ୍କ ରିସେପସନରେ ସାନ ବଢ଼ାଇଥିବାବେଳେ ଅନ୍ୟପକ୍ଷରେ, ଆଲିଆ ଭଟ୍ଟ, ଅନନ୍ୟା ପାଣ୍ଡେ, ଶିଳ୍ପା ଶେଟ୍ଟୀ, ଶନାୟା କପୁର, କରିନା କପୁର, କ୍ରିତି ସାନନ, ବିଦ୍ୟା ବାଲାନ, ଭଳି ହସିନା ଗ୍ଲାମରର ତଡ଼କା ଲଗାଇଥିଲେ । ସବୁ କଳାକାର ମାନେ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିଲେ । 

ସିଦ୍ଧାର୍ଥ ଓ କିଆରା ଫେବୃୟାରୀ ୭ ତାରିଖରେ ଜେସଲମେରର ସୂର୍ଯ୍ୟଗନ ଠାରେ ରାଜକୀୟ ଠାଣିରେ ବିବାହ କରିଥିଲେ । ବିବାହ ପରେ ସେମାନେ ୧୦ ଫେବୃୟାରୀରେ ଉଭୟ ପରିବାରପକ୍ଷ ଲୋକଙ୍କ ପାଇଁ ସେମାନେ ଦିଲ୍ଲୀ ଠାରେ ଏକ ପାର୍ଟି ଆରେଞ୍ଜ କରିଥିଲେ । ୧୨ ଫେବୃୟାରୀ ଦିନ ଏହି ନିଉ କପଲ ନିଜ ବଲିଉନ ବନ୍ଧୁ ମାନଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ ।