ସୁଟିଂ ବନ୍ଦ କରିବାକୁ କହିଲା ଓଏଫଡ଼ିସି

ସୁଟିଂ ବନ୍ଦ କରିବାକୁ କହିଲା ଓଏଫଡ଼ିସି

ସୁଟିଂ ବନ୍ଦ କରିବାକୁ କହିଲା ଓଏଫଡ଼ିସି
ଭୁବନେଶ୍ୱର : କରୋନାକୁ ନେଇ ସବୁ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ହୋଇଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଥିବାବେଳେ ବିଭିନ୍ନ ସଂଘ ଓ ଅନୁଷ୍ଠାନ ମଧ୍ୟ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ସିନେମା ସୁଟିଂ, ଟିଭି ସିରିଜ ବା ୱେବ ସିରିଜ ସୁଟିଂ ବନ୍ଦ କରିବାକୁ ଓଡ଼ିଶା ସିନେମା ବିକାଶ ନିଗମ ବା ଓଏଫଡ଼ିସି ପକ୍ଷରୁ କଳାକାର, ପ୍ରଯୋଜକମାନଙ୍କୁ ଅନୁରୋଧ କରାଯାଇଛି । ଏହିସବୁ ସ୍ଥାନରେ ବହୁ ଲୋକ ଗହଳି ହେଉଥିବାରୁ ସୁଟିଂ ନକରିବାକୁ କୁହାଯାଇଛି । ଓଏଫଡ଼ିସିର ପରିଚାଳନା ନିଦେ୍ର୍ଧଶକ ଡକ୍ଟର ନୀତିନ ବି. ଜାୱାଲେ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟଯେ, କରୋନାର ପ୍ରଭାବ ଏବେ ମନୋରଂଜନ ଓ ସିନେ ଜଗତ ଉପରେ ପରିଲକ୍ଷିତ ହୋଇଛି । ଭିଡ଼କୁ ଏଡ଼ାଇବା ପାଇଁ ଯାତ୍ରା, ମହୋତ୍ସବ ଆଦି ବନ୍ଦ ରହିଛି । ଫଳରେ ଯାତ୍ରା ପାର୍ଟି ମଧ୍ୟ ସାମୟିକ ଭାବେ ବନ୍ଦ ରହିଛି । ଅପରପକ୍ଷରେ ସିନେମା ହଲଗୁଡ଼ିକୁ ବନ୍ଦ ରଖାଯାଇଥିବାବେଳେ ବହୁ ସିନେମାର ରିଲିଜ ତାରିଖ ମଧ୍ୟ ଘୁଂଚାଇ ଦିଆଯାଇଛି ।