ସୁସ୍ଥ ତ୍ୱଚା ପାଇଁ ପାଚିଲା ଆମ୍ବ

ସୁସ୍ଥ ତ୍ୱଚା ପାଇଁ ପାଚିଲା ଆମ୍ବ

ସୁସ୍ଥ ତ୍ୱଚା ପାଇଁ ପାଚିଲା ଆମ୍ବ
ସୁସ୍ଥ୍ୟ ତ୍ୱଚା ପାଇବା ପାଇଁ ପାଚିଲା ଆମ୍ବ ଲାଭଦାୟକ ବୋଲି ନିକଟରେ ଏକ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶ ପାଇଛି । ପାଚିଲା ଆମ୍ବରେ ଆଟିଂଅକ୍ସିଡାଟ ପ୍ରଚୁର କରିମାଣରେ ଥାଏ । ଯାହା ତ୍ୱଚାରୁ ମୃତ କୋଷ ବାହାର ତ୍ୱଚାର ଆର୍ଦ୍ରତା ବଜାୟ ରଖିଥାଏ । ଏହାସହ ଚର୍ମ କୁଂଚନରୁ ରକ୍ଷା ମିଳେ । ଆମ୍ବରେ ଭିଟାମିନ ସି ଭିଟାମିନ ଏ ଏବଂ ଭିଟାମିନ ଏ ଏବଂ ଭିଟାମିନ ବି୬ ରହିଥାଏ । ଏସବୁ ଭିଟାମିନ ତ୍ୱଚାରୁ କଳା ଦାଗ ହଟାଇ ଚର୍ମ ଉଜ୍ଜ୍ୱଳ କରିବା ସହ ତ୍ୱଚାକୁ ପ୍ରଦୂଷଣ ଓ ଅତିବାଇଗଣୀ ରଶ୍ମିଠାରୁ ରକ୍ଷା କରିଥାଏ । ପ୍ରତ୍ୟେକ ଦିନ ତ୍ୱଚାରେ ପାଚିଲା ଆମ୍ବ ମାଲିସ କରିବା ଦ୍ୱାରା ଲୋମ ମୂଳରେ ଥିବା ତେଲ ବାହାରି ଯାଇଥାଏ ଏବଂ ତ୍ୱଚାରେ ବ୍ରଣ ହୋଇନଥାଏ । ଚର୍ମରୋଗ ନିବାରଣ ପାଇଁ ପୁରାତନ କାଳେ ଆମ୍ବରସ ସହ ମହୁ ମିଶାଇ ବୈଦ୍ୟମାନେ ସେବନ କରିବା ପାଇଁ ଦେଇଥାନ୍ତି । କାରଣ ଆମ୍ବରେ ବିଷାକ୍ତ ପ୍ରଦାର୍ଥକୁ ସଫା କରିବାରେ ଗୁଣ ରହିଥାଏ । ଏହା ଫେଟ ସଫା କରିବା ସହ ପାଚନ ପ୍ରକ୍ରିୟାକୁ ସରଳ କରାଇଥାଏ ।