ସେକେଣ୍ଡ ହ୍ୟାଣ୍ଡ ବ୍ୟାଗର ମୂଲ୍ୟ ଦେଢ଼ କୋଟି !

ସେକେଣ୍ଡ ହ୍ୟାଣ୍ଡ ବ୍ୟାଗର ମୂଲ୍ୟ ଦେଢ଼ କୋଟି !

ସେକେଣ୍ଡ ହ୍ୟାଣ୍ଡ ବ୍ୟାଗର ମୂଲ୍ୟ ଦେଢ଼ କୋଟି !
ବଜାରକୁ ଗଲେ ଆମେ ନୂଆ ଜିନିଷ ହେଉ କିମ୍ବା ପୋଷାକ କିଣିବାରେ ଅଧିକ ରୁଚି ରଖିଥାଉ । ସେକେଣ୍ଡ ହ୍ୟାଣ୍ଡ ଯେ କୌଣସି ଜିନିଷ ମିଳିଲେ ଲୋକେ ସେଥିନିମନ୍ତେ କମ୍ ପାଉଣା ଦେବାକୁ ଚାହାନ୍ତି । କାରଣ ହେଲା ତାହା ଥରେ ବ୍ୟବହୃତ ହୋଇସାରିଛି । ଏପରି ସ୍ଥଳେ ଲଣ୍ଡନରେ ଏକ ସେକେଣ୍ଡ ହ୍ୟାଣ୍ଡ ବ୍ୟାଗ୍ ଦେଢ଼ କୋଟି ଟଙ୍କାରେ ନିଲାମ ହୋଇଥିବାର ପ୍ରକାଶ । ବ୍ୟାଗ୍ଟି ନାମୀ କମ୍ପାନୀ ‘ହର୍ମେସ ବିର୍କିନ୍’ ର ହୋଇଥିବା ବେଳେ ତାହା କୁମ୍ଭୀର ଚମଡ଼ାରେ ତିଆରି । ଲଣ୍ଡନର ଜନୈକ ଶିଳ୍ପପତିଙ୍କ ଗେହ୍ଲୀ ଝିଅ ୨୦୧୨ ରେ ଏଇ ବ୍ୟାଗ୍ କିଣିଥିଲେ । ପରେ ସେ ଏହାକୁ ନିଲାମ କରିବାକୁ ସ୍ଥିର କଲେ । ମିଳିଥିବା ଖବର ଅନୁସାରେ ବି୍ରଟେନର ଜଣେ ମହିଳା ଶିଳ୍ପପତି ଏହି ବ୍ୟାଗ୍କୁ ଦେଢ଼ କୋଟି ଟଙ୍କାରେ କିଣିଛନ୍ତି । ୧୯୮୦ ରେ ପ୍ରଥମ ଇଉରୋପୀୟ ବଜାରରେ ଏକ ହର୍ମେସ ବିର୍କିନର ବ୍ୟାଗଗୁଡ଼ିକ ବଜାରରେ ପ୍ରବେଶ କରିଥିଲା । ଧନୀ ଓ ସମ୍ଭ୍ରାନ୍ତ ବର୍ଗର ମହିଳାମାନେ ହିଁ ଏଇ ଦାମୀ ବ୍ୟାଗ୍ ଧରିବାକୁ ସକ୍ଷମ । ୨୦୧୪ ରେ ଏଇ ବ୍ୟାଗ୍ କମ୍ପାନୀର ବ୍ୟବସାୟ ଶୀର୍ଷରେ ପହଞ୍ଚିଥିଲା । ସେହି ବର୍ଷ ମୋଟ ୭୦ ହଜାର ବ୍ୟାଗ୍ କମ୍ପାନୀ ଉପôାଦନ କରିଥିଲା ଓ ସମସ୍ତ ବ୍ୟାଗ୍ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ବିକି୍ର ହୋଇଥିଲା ।