ସ୍ମୃତି ଶକ୍ତି ନିମନ୍ତେ ଖାଆନ୍ତୁ ପାଳଙ୍ଗ ଶାଗ

ସ୍ମୃତି ଶକ୍ତି ନିମନ୍ତେ ଖାଆନ୍ତୁ ପାଳଙ୍ଗ ଶାଗ

ସ୍ମୃତି ଶକ୍ତି ନିମନ୍ତେ ଖାଆନ୍ତୁ ପାଳଙ୍ଗ ଶାଗ
ଭିଟାମିନ୍ ଏ, ଲ୍ୟୁଟିନ୍, କେରୋଟିନ୍ ଆଦି ଆଣ୍ଟିଅକ୍ସିଡାଣ୍ଟ ଭରପୂର ଏଇ ଶାଗ ଖାଇଲେ ଆମ ତ୍ବଚା ଓ କେଶକୁ ପୋଷଣ ମିଳେ। ପିଲାଠାରୁ ବୟସ୍କ ସମସ୍ତେ ପାଳଙ୍ଗ ଶାଗ ଖାଇବା ଭଲ। ବୟସ୍କ ରୋଗୀଙ୍କ ଠାରେ ଡିମେନ୍‌ସିୟା ରୋଗ ହେବାର ଭୟ ଥାଏ। ଯୁବକ ସମୟରୁ ଏଇ ଶାଗ ଖାଇବା ସେମାନଙ୍କ ସ୍ମୃତି ଶକ୍ତି ବୃଦ୍ଧି କରେ। ନିୟମିତ ପାଳଙ୍ଗ ଶାଗ ଖାଉଥିବା ଲୋକଙ୍କ ଠାରେ ଆଲଜାଇମର୍ସ, ଡିମେନ୍‌ସିୟା ରୋଗ ହେବାର ଭୟ କମ୍ ଥାଏ। – ଖାଦ୍ୟ ବିଶେଷଜ୍ଞ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି, ପାଳଙ୍ଗ ଶାଗକୁ ଅଧିକ ଦିନ ଫ୍ରିଜ୍‌ରେ ରଖିଲେ ଏହାର ଗୁଣକାରୀ ତତ୍ତ୍ବ ନଷ୍ଟ ହୋଇଯାଏ। ଏହି ଶାଗର ରସକୁ ଫଳ ରସ କିମ୍ବା ପରିବା ରସରେ ମିଶାଇ ପିଇନେବା ଭଲ। ସତେଜ ଶାଗ ଖାଇବାକୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ। – ୨୦୧୮ରେ ବ୍ରିଟେନ୍‌ରେ ହୋଇଥିବା ଅନୁସନ୍ଧାନରୁ ପ୍ରମାଣିତ ହୋଇଛି, ନିୟମିତ ପାଳଙ୍ଗ ଶାଗ ଖାଉଥିବା ବ୍ୟକ୍ତିଙ୍କ ଠାରେ ଡିମେନ୍‌ସିୟା ହେବାର ଭୟ ୨୦% କମ୍ ଥାଏ। – ଆଖିର ଜ୍ୟୋତି ବୃଦ୍ଧି କରିବାରେ ଏହି ଶାଗର ପୋଷକତତ୍ତ୍ବ ଖୁବ୍ ଗୁଣକାରୀ। ଏହା ସହ ପାଳଙ୍ଗ ଶାଗ ଖାଇଲେ ଶରୀରର ଓଜନ ମଧ୍ୟ ନିୟନ୍ତ୍ରଣରେ ରହେ। – ମାନସିକ ଚାପଗ୍ରସ୍ତ ରୋଗୀଙ୍କ ନିମନ୍ତେ ପାଳଙ୍ଗ ଶାଗର ରସ ଔଷଧ ପରି କାମ କରେ। ବ୍ରଣ ହେବାର ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ପାଳଙ୍ଗ ରସ ପିଇବା ସହ ଶାଗ ଖାଇବା ମଧ୍ୟ ଭଲ।