ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ


ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ରାଇକୁଦର ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗ୍ରାମର ରବି ମହାନ୍ତ ବୋଲି ଜଣାପଡ଼ିଛି। ଖବର ପାଇ ବନବିଭାଗ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଘଟଗାଁ ବ୍ଲକ ଅନ୍ତର୍ଗତ ରାଇକୁଦର ଗ୍ରାମର ରବି ମହାନ୍ତ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଧାନ ଖାଇବା ପାଇଁ ଘରର କାନ୍ଥ ଭାଙ୍ଗି ଦେଇଥିଲା। କାନ୍ଥ ରବିଙ୍କ ଉପରେ ପଡିବାରୁ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବନବିଭାଗ ଘଟଣାର ତଦନ୍ତ ଜାରି ରଖିଛି।