ହେବନି ଅଶ୍ଲିଳ ନୃତ୍ୟ, ବାଜିବନି ଡିଜେ, ଅଗ୍ନୀ ନିର୍ବାପକ ସିଲିଣ୍ଡର ବାଧ୍ୟତାମୂଳକ : ପାରାଦ୍ୱୀପ ବିଶ୍ୱକର୍ମା ପୂଜା ପ୍ରସ୍ତୁତି ବୈଠକ
ହେବନି ଅଶ୍ଲିଳ ନୃତ୍ୟ, ବାଜିବନି ଡିଜେ, ଅଗ୍ନୀ ନିର୍ବାପକ ସିଲିଣ୍ଡର ବାଧ୍ୟତାମୂଳକ : ପାରାଦ୍ୱୀପ ବିଶ୍ୱକର୍ମା ପୂଜା ପ୍ରସ୍ତୁତି ବୈଠକ
admin
Aug 23, 2019 - 04:36
Updated: Aug 23, 2019 - 04:36
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ): ପାରାଦ୍ୱୀପ ବିଶ୍ୱକର୍ମାପୂଜା ନିମନ୍ତେ ଆଜି ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ଅଧ୍ୟକ୍ଷତାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ୍ୟ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ୍ୟକ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଥାନାଅଧିକାରୀ, ସିଆଇଏସ୍ଏଫ୍ ଓ ସମସ୍ତ ପୂଜାମଣ୍ଡପ ର ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ଆସନ୍ତା ମାସ ୧୭ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ନିମନ୍ତେ ଚଳିତ ବର୍ଷ ନିୟମ କଡାକଡି ପାଳନ ହେବ ବୋଲି ଏକ ପ୍ରକାର ନିଷ୍ପତି ହୋଇଛି । ଚଳିତ ବର୍ଷ ପୂଜା ପାଇଁ ପୂଜାପଡିଆରେ ମଞ୍ଚ ପୋତା ଆରମ୍ଭ ହୋଇଥିବା ବେଳେ ପ୍ରତେକ ପୂଜାମଣ୍ଡପ ରେ ଚଳିତ ବର୍ଷ ଅଗ୍ନୀ ନିର୍ବାପକ ସିଲିଣ୍ଡର ରଖାଯିବ ଏକପ୍ରକାର ବାଧ୍ୟତା ମୂଳକ ବୋଲି ନିଷ୍ପତି ହୋଇଛି । ସେହିପରି ପୂଜାମଣ୍ଡପ ନିକଟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳିଳନୃତ୍ୟ ଓ ଉଚ୍ଚ ଶବ୍ଦ କ୍ଷମତାଯୁକ୍ତ ଡିଜେ ସଂମ୍ପୁର୍ଣ୍ଣ ନିଶେଧ ଘୋଷଣା କାରାଯାଇଛି । ପ୍ରଶାସନର ଏହି ସବୁ ନିଷ୍ପତି କୁ ମାନିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧିର ସମସ୍ତଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟଜଳ, ପଲିଥିନ ବ୍ୟବହାର ନିଶେଧ, ଫୁଟ୍ପାତ ଜବରଦଖଲ ଆଦି ଘଟଣା ବିଷ୍ରରେ ମଧ୍ୟ ଆଲୋଚନା କରାଯାଇଛି । ପ୍ରତେକ ବର୍ଷ ପରି ଚଳିତ ବର୍ଷ ଏକମାସ ଆଗରୁ ପାରାଦ୍ୱୀପ ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ରାଜ୍ୟ ବାହାରକାରିଗ ମାନଙ୍କୁ ଅଣାଯାଇ ପୂଜାମଣ୍ଡପକୁ ଭିନ୍ନ ଭିନ୍ନ ଢଙ୍ଗରେ ସାଜସଜା କରିବା ପାଇଁ ପୂଜା କମିଟି ମାନେ ପ୍ରସ୍ତୁତ ଆରମ୍ଭ କରିିଥିବା ଜଣାପଡିଛି ।