୧୨.୩୦ ଯାଏଁ ଟୁଇନ୍‌ ସିଟିରେ ପ୍ରବଳ ବର୍ଷା

୧୨.୩୦ ଯାଏଁ ଟୁଇନ୍‌ ସିଟିରେ ପ୍ରବଳ ବର୍ଷା

୧୨.୩୦ ଯାଏଁ ଟୁଇନ୍‌ ସିଟିରେ ପ୍ରବଳ ବର୍ଷା
ଭୁବନେଶ୍ବର : ଆଜି ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଉତ୍ତର ଆନ୍ଧ୍ର କାକିନଡା ନିକଟରେ ଗଭୀର ଅବପାତ ସ୍ଥଳ ଭାଗ ଛୁଇଁଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ମଧ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। ଟୁଇନ୍‌ ସିଟିରେ ୧୨ଟା ୩୦ ଯାଏଁ ପ୍ରବଳ ବର୍ଷା ହେବା ଏନେଇ ସତର୍କ ରହବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହି ସମୟରେ ଘଣ୍ଟା ପ୍ରତି ୨/୩ ସେମି ପର୍ୟ୍ୟନ୍ତ ବର୍ଷିବ । ରାସ୍ତା ଅଳ୍ପ ଦୃଶ୍ୟମାନ ହେବ, ଟ୍ରାଫିକ୍‌ ସମସ୍ୟା ଉପୁଜିପାରେ ବୋଲି ଏହି ସମୟରେ ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।