୧୮୫ ଗ୍ରାମ ବ୍ରାଉନସୁଗାର ଜବତ

୧୮୫ ଗ୍ରାମ ବ୍ରାଉନସୁଗାର ଜବତ

୧୮୫ ଗ୍ରାମ ବ୍ରାଉନସୁଗାର ଜବତ
ଭୁବନେଶ୍ୱର: ଦିନକୁ ଦିନ ଧଳା ଜହର ବ୍ୟବସାୟ ବୃଦ୍ଧି ହେବାରେ ଲାଗିଛି । ରାଜଧାନୀରୁ ପୁଣି ଧଳା ଜହର ଜବତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ପୁଣିଥରେ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ଗିରଫ ହୋଇଛନ୍ତି । ପଳାଶୁଣିରେ ଅବକାରୀ ବିଭାଗ ଚଢ଼ାଉ କରି ୧୮୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ସୂଚନାଯୋଗ୍ୟଯେ, ରାଜ୍ୟରେ ନିଶା କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବ୍ରାଉନ ସୁଗର ଭଳି ସାଂଘାତିକ ନିଶା କାରବାର କରୁଥିବା ର୍ୟାକେଟକୁ ପୁଲିସ ମଧ୍ୟ କିଛିମାତ୍ରାରେ ଠାବ କରିବାରେ ସଫଳ ହୋଇଛି । ବିମାନ ବନ୍ଦର ଓ ରେଳ ଷ୍ଟେସନରୁ ଏଭଳି ର୍ୟାକେଟକୁ ଠାବ କରାଯିବାର ଅନେକ ନଜିର ରହିଛି । ସାରା ବିଶ୍ୱରେ ହଜାର ହଜାର କୋଟି ଡଲାରର ଏଭଳି ନିଶା କାରବାର ଚାଲିଥିବାବେଳେ ଓଡିଶାରେ ବି ଏହାର ଚେର ଲମ୍ବିଛି ।