୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ
୨୪ ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୨୮ଜଣ ସ୍ଥାନୀୟ ସଂକ୍ରମର ୨୩୭ ରହିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୦-୧୮ବର୍ଷ ବୟସବର୍ଗର ୬୩ ଜଣ କରୋନା ଆକ୍ରାନ୍ତ ରହିଛିନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୨୬୫ଜଣ, କଟକରୁ ୬୧, ଅନୁଗୁଳରୁ ୮, ବାଲେଶ୍ୱରରୁ ୨୮, ବରଗଡରୁ ୨, ଭଦ୍ରକରୁ ୬, ବଲାଙ୍ଗୀରରୁ ୪, ଦେବଗଡରୁ ୩, ଢେଙ୍କାନାଳରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୦, ଯାଜପୁରରୁ ୨୮, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୩, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୪, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୬, ନୟାଗଡରୁ ୨, ନୂଆପଡାରୁ ୩, ପୁରୀରୁ ୧୨, ରାୟଗଡାରୁ ୨, ସମ୍ବଳପୁରରୁ ୧୧, ସୁନ୍ଦରଗଡରୁ ୬ ଓ ରାଜ୍ୟପୁଲରୁ ୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୫ହଜାର ୮୭୪କୁ ବୃଦ୍ଧି ପାଇଛି ।




admin 