୨୪ ଘଣ୍ଟାରେ ୬୪ ହଜାର ନୂତନ ଆକ୍ରାନ୍ତ, ୧୦୯୨ ମୃତ

୨୪ ଘଣ୍ଟାରେ ୬୪ ହଜାର ନୂତନ ଆକ୍ରାନ୍ତ, ୧୦୯୨ ମୃତ

୨୪ ଘଣ୍ଟାରେ ୬୪ ହଜାର ନୂତନ ଆକ୍ରାନ୍ତ, ୧୦୯୨ ମୃତ
ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୪ ହଜାର ୫୩୧ ଜଣ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪ରେ ପହଞ୍ଚିଛି । ଏହା ସହିତ ବିଗତ ୨୪ ଘଣ୍ଟା ମଧ୍ୟରେ ୧୦୯୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୨ହଜାର ୮୮୯ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୪ ରହିଥିବା ବେଳେ ଏହା ମଧ୍ୟରୁ ୨୦ ଲକ୍ଷ ୩୭ ହଜାର ୮୭୦ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୬ ହଜାର ୫୧୪ ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୫୨ ହଜାର ୮୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷ ଟେଷ୍ଟ କରାଯାଇଥିବା ବେଳେ ମୃତ୍ୟୁ ହାର ୧.୯୨ ପ୍ରତିଶତ ରହିଛି ।