୫ ବଗି ଛାଡି ଚାଲିଗଲା ମାଲଗାଡି

୫ ବଗି ଛାଡି ଚାଲିଗଲା ମାଲଗାଡି

୫ ବଗି ଛାଡି ଚାଲିଗଲା ମାଲଗାଡି
କୁଚିଣ୍ଡା : ଆଜି ଏକ ମାଲବାହୀ ଟ୍ରେନ ୫ ବଗି ଛାଡି ଖସି ଚାଲିଗଲା । ଏହି ଘଟଣାଟି ଧାରୁଆଡିହି-ମାଭରା ଷ୍ଟେସନର କୁଅଁରମାଲ ନିକଟରେ ଘଟିଛି । ଟ୍ରେନ୍ ଟି କିଛି ଦୂରକୁ ଯିବା ପରେ ଟ୍ରେନର ଡ୍ରାଇଭର ଜାଣି ପାରିଥିଲେ । ମାଲବାହୀ ଗାଡିଟି ପଛକୁ ଫେରି ପୁଣି ୫ଟି ବଗିକୁ ସଂଯୋଗ କରି ଆଗକୁ ଯାଇଥିଲା । କେଉଁ କାରଣ ଯୋଗୁ ମାଲବାହୀ ଗାଡିଟି ବଗି ଗୁଡିକୁ ଛାଡି ଚାଲିଗଲା ଏପର୍ଯ୍ୟନ୍ତ କୌଣସି କାରଣର ସୂଚନା ମିଳିନାହିଁ । ଟ୍ରେନଟି ବ୍ରଜରାଜନଗରରୁ ପଶ୍ଚିମବଙ୍ଗର କୋଲାଘାଟ ନିକଟକୁ ଯାଉଥିଲା ।