୫ ରାଜ୍ୟର ଯାତ୍ରୀଙ୍କ ପାଇଁ ଦିଲ୍ଲୀରେ ନେଗେଟିଭ ରିପୋର୍ଟ ଜରୁରୀ
୫ ରାଜ୍ୟର ଯାତ୍ରୀଙ୍କ ପାଇଁ ଦିଲ୍ଲୀରେ ନେଗେଟିଭ ରିପୋର୍ଟ ଜରୁରୀ
admin
Feb 25, 2021 - 08:24
Updated: Feb 25, 2021 - 08:24
ନୂଆଦିଲ୍ଲୀ: ଦିଲ୍ଲୀ ସରକାର କରୋନା ମୁକାବିଲା ପାଇଁ ନିୟମ କଡାକଡ଼ି କରିଛନ୍ତି । ଅନ୍ୟ ରାଜ୍ୟମାନଙ୍କ ପରି ଦିଲ୍ଲୀରେ ବି ପ୍ରବେଶ ପାଇଁ ନେଗେଟିଭ କୋଭିଡ ରିପୋର୍ଟ ବାଧ୍ୟତାମୂଳକ । ମିଳିଥିବା ସୂଚନା ଅନୁସାରେ କେରଳ, ମହାରାଷ୍ଟ୍ର ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଞ୍ଜାବରୁ ଦିଲ୍ଲୀକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଫେବୃୟାରୀ ୨୬ ମଧ୍ୟରାତ୍ରରୁ ମାର୍ଚ୍ଚ ୧୫ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ଉପଭୋକ୍ତ ୫ ଟି ରାଜ୍ୟରୁ ଗତ ସପ୍ତାହରେ ଦେଶର ନୂଆ ମାମଲାର ୮୬ ପ୍ରତିଶତ ଚିହ୍ନଟ ହୋଇଥିବାରୁ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।