ୱାନ୍ ଡେ ଗେମ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ୱାନ୍ ଡେ ଗେମ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ୱାନ୍ ଡେ ଗେମ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ବାଦିକଟା ଗ୍ରାମପନ୍ଚାୟତ ଅଧିନସ୍ଥ ଗଣ୍ଡପାଲି ଗ୍ରାମଠାରେ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଖୁବ ଆଡମ୍ବରଭାବେ ସମାପନ ହୋଇଯାଇଛିା ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଇସିଲେଟ ବ୍ଲକର କନ୍ଦୁମୁଣ୍ଡା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ହୋତା ପ୍ରଦୀପ ପ୍ରଜ୍ଜଳନ କରି ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ନୂଆପଡା ଜିଲ୍ଲା ସ୍ଥିତ ଶ୍ରୀରାମ ଉଚ୍ଚବିଦ୍ୟାଳୟର ସଂସୃତ ଶିକ୍ଷକ ଶ୍ରୀଯୁକ୍ତ ଶ୍ୱେତ କୁମାର ପ୍ରଧାନ ଯୋଗଦେଇ ଖେଲାଳୀ ତଥା ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚ ବାଦିକଟା ଓ ଗଣ୍ଡପାଲି-ଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ରେ ଓଡିଶା ଏବଂ ଛତିଶଗଡ ରାଜ୍ୟର ୧୬ ଟି ଦଳ କୁନେଇ ଖେଳ ଅନୁଷ୍ଠିତ ହୋଇଥିଲା । ଓଡିଶା ରୁ ଦର୍ଲିଗୁଡା ଓ ଛତିଶଗଡ ରାଜ୍ୟ ରାୟଗଡର ତରକେଲା ଦଳକୁନେଇ ଫାଇନାଲ ମ୍ୟାଚ ଖୁବ ସଂଘର୍ଷମୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ହୃଦମଣୀ ଭୋଇ,ଜଗନ୍ନାଥ ସାହୁ,ଘନଶ୍ୟାମ ପ୍ରଧାନ,ଫକିର ମୋହନ ସାହୁ ଖେଳ ସୁଚାରୁରୂପେ ପରିଚାଳନା କରିଥିବାବେଳେ ଗଣ୍ଡପାଲି ର ବିଣାପାଣୀ କ୍ଲବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଦିବାରାତ୍ର ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ସୁଚାରୁରୂପେ ସଂପାଦନ ହୋଇଛିା ଫାଇନାଲ ମ୍ୟାଚରେ ତରକେଲା ଦଳ ଚମ୍ପିୟାନ ଓ ଦର୍ଲିଗୁଡା ଦଳ ରନର୍ସ ଅପ୍ ଘୋଷିତ ହୋଇଥିଲେ ।