ସୋସିଆଲ ମିଡିଆରେ ଚର୍ଚ୍ଚା, ଆଜି ସଂଧ୍ୟାରେ ଅବସର ଘୋଷଣା କରିବେ ଧୋନୀ

ସୋସିଆଲ ମିଡିଆରେ ଚର୍ଚ୍ଚା, ଆଜି ସଂଧ୍ୟାରେ ଅବସର ଘୋଷଣା କରିବେ ଧୋନୀ

 ସୋସିଆଲ ମିଡିଆରେ ଚର୍ଚ୍ଚା, ଆଜି ସଂଧ୍ୟାରେ ଅବସର ଘୋଷଣା କରିବେ ଧୋନୀ
ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ୱିକେଟକିପର୍ ମହେନ୍ଦ୍ର ସିଂ ଧୋନୀ ବିଶ୍ୱ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି । ଏନେଇ ସୋସିଆଲ ମିଡିଆରେ ଖବର ନିଆଁ ଭଳି ବ୍ୟାପିବାରେ ଲାଗିଛି । ଆଜି ସଂଧ୍ୟାରେ ଧୋନୀ ଅବସର ନେଇ ଘୋଷଣା କରିପାରନ୍ତି । ସୋସିଆଲ ମିଡିଆରେ ଆଜି ସଂଧ୍ୟା ୭ଟା ଧୋନୀ ଅବସର ବାବଦରେ କହିବେ ବୋଲି ଚର୍ଚ୍ଚା ହେଉଛି ।ସୋସିଆଲ ମିଡିଆରେ ଧୋନୀଙ୍କ ଅବସର ବାବଦରେ ଖବର ବିରାଟ କୋହଲିଙ୍କ ଟ୍ୱିଟ ପରେ ଆରମ୍ଭ ହୋଇଛି । ବିରାଟ ଆଜି ଟ୍ୱିଟ କରି ଏକ ଫଟୋ ଅପଲୋଡ କରିଥିଲେ । ଯେଉଁଥିରେ ସେ ଧୋନୀଙ୍କ ସହ ଛିଡା ହୋଇଛନ୍ତି । ସେ ଲେଖିଥିଲେ ଯେ, ଏହି ମ୍ୟାଚ କେବେ ଭୁଲି ହେବ ନାହିଁ । ଏହି ବ୍ୟକ୍ତି ମୋତେ ଫିଟନେଶ ଟେଷ୍ଟ ପାଇଁ ଦଉଡାଇଥିଲେ । କୋହଲିଙ୍କ ଏହି ଟ୍ୱିଟ ପରେ ଫ୍ୟାନଙ୍କୁ ଧୋନୀ ଆଜି ଅବସର ନେବେ ବୋଲି ଲାଗୁଛି । କାରଣ କୋହଲି ଯେଉଁ ମ୍ୟାଚର ଫଟୋ ଅପଲୋଡ କରିଛନ୍ତି ତାହା ଆଜି ଖେଳାଯାଇ ନଥିଲା । ଏହାସହ ଧୋନୀ ଆଜି ସେମିତି କିଛି ରେକର୍ଡ କରିନାହାନ୍ତି ଯେଉଁଥିପାଇଁ କୋହଲି ତାଙ୍କୁ ମନେ ପକାଇଲେ ।