ରୋଚକ ସ୍ଥିତିରେ କଂଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ
ରୋଚକ ସ୍ଥିତିରେ କଂଟାବାଞ୍ଜି ନିର୍ବାଚନୀ ମଣ୍ଡଳୀ
admin
Mar 21, 2019 - 10:23
Updated: Mar 21, 2019 - 10:23
ଭୁବନେଶ୍ୱର: କଂଟାବାଞ୍ଜି, ପଶ୍ଚିମ ଓଡିଶାର ଏକ ପ୍ରମୁଖ ବିଧାନସଭା କ୍ଷେତ୍ର ଭାବରେ ଚର୍ଚ୍ଚାରେ ରହିଆସିଥିବା କଂଟାବାଞ୍ଜିରେ ବିଗତ ଦିନରେ ମୁଖ୍ୟତଃ କଂଗ୍ରେସ ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହୋଇଛି । ତେବେ ଏଥର ସାଧାରଣ ନିର୍ବାଚନରେ ବିଜେପି ମଧ୍ୟ ଟକ୍କର ଦେବ ବୋଲି ଏହି ଦଳର ନେତା ମାନେ ଦୃଢ଼ୋକ୍ତ ଦେଖାଉଛନ୍ତି । ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ମହିଳା ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି । ଯଦି ଏହି ଚର୍ଚ୍ଚା ଅମୂଳକ ନୁହେଁ ତେବେ, ମହିଳା ପ୍ରାର୍ଥୀ ଜଣଙ୍କ କିଏ? କିଏ ହେବ ଦାବିଦାର? ଏହି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କଂଟାବାଞ୍ଜି ନିର୍ବାଚନୀ ମଣ୍ଡଳୀରେ ୨ ଜଣ ଆଗ ଧାଡିର ମହିଳା ନେତା ଅଛନ୍ତି । ବିଜେଡି ରାଜ୍ୟ ମହିଳା ସାଧାରଣ ସଂପାଦକ ଗୋପ ମହାନନ୍ଦ ଏବଂ ରାଜ୍ୟ ମହିଳା କମିଶନ ସଦ୍ୟସ କୁସୁମ ରଥଙ୍କ ନାମ ଆଲୋଚନାରେ ରହିଥିବା ଜଣାଯାଇଛି । କୁସୁମ ଅନେକ ସମୟରେ ଦଳୀୟ କାର୍ଯ୍ୟକ୍ରମ ତଥା ସଭା ସମିତିରେ ଯୋଗ ଦେବାକୁ ଆସୁଥିବା ଦେଖାଯାଏ । ଶ୍ରୀମତୀ ରଥ ୨୦୧୪ରେ ଜିଲ୍ଲାପରିଷଦ ସଦସ୍ୟା, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟା ସହ ଅନେକ ପଦ ପଦବୀରେ ଅଛନ୍ତି । ଯଦି କଂଟାବାଞ୍ଜି ନିର୍ବାଚନୀ ମଣ୍ଡଳୀରେ ମହିଳା ପ୍ରାର୍ଥୀ ଦିଆଯାଏ ତେବେ ତାଙ୍କୁ ଟିକେଟ ମିଳିବ ବୋଲି ଆଶା ବାନ୍ଧିଛନ୍ତି । ଅନ୍ୟପକ୍ଷରେ ଗୋପା ମହାନନ୍ଦାଙ୍କ ରାଜନୀତି କ୍ୟାରିୟର ଭଲ । ସେ ମଧ୍ୟ ରାଜନୈତିକ ପରିବାରରୁ ଆସିଛନ୍ତି । ସେ ୨୦୦୪ରୁ ୨୦୦୭ରେ ମୁରିବାହଲ ବ୍ଲକ୍ ଅଧ୍ୟକ୍ଷା, ୨୦୧୨ରୁ ୨୦୧୭ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଥିଲେ । ଦଳୀୟ ସଂଗଠନରେ ମଧ୍ୟ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଛନ୍ତି । ପୂର୍ବରୁ ସେ ଜିଲ୍ଲା ମହିଳା ବିଜୁ ଜନତା ସଭପତି, ଏସସି ସେଲ ବିଜୁ ଜନତା ଦଳ ସଭାପତି ଥିଲେ । ଶ୍ରୀମତୀ ମହାନନ୍ଦଙ୍କ ବାପା ଉପେନ୍ଦ୍ର ନାଥ ସନାତନ ଆସାମ ଚବୁଆ ନିର୍ବାଚନୀ ମଣ୍ଡଳୀରେ ୪ଥର ବିଧାୟକ, ଆସାମ ମଜଦୁର ସଂଘ ସଭାପତି, ଶ୍ୱଶୁର ଅଚ୍ଚୁତ ମହାନନ୍ଦ କ୍ୟାବିନେଟ ମନ୍ତ୍ରୀ ଥିଲେ । ତେବେ ଆଉ କିଛି ଦିନ ପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ ହୋଇଯିବ ।