ମୁକ୍ତିଲାଭ କଲା ‘ସୁପର ୩୦’

ମୁକ୍ତିଲାଭ କଲା ‘ସୁପର ୩୦’

ମୁକ୍ତିଲାଭ କଲା ‘ସୁପର ୩୦’
ମୁମ୍ବାଇ: ହ୍ରିିତିକ ରୋଶନଙ୍କ ଅଭିନୀତ ଚଳଚିତ୍ର ‘ସୁପର ୩୦’ ଶୁକ୍ରବାର ମୁକ୍ତଲାଭ କରିଛି । ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଥିବା ଜଣାପଡିଛି । ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ର ଓ ହ୍ରିତିକଙ୍କ ଅଭିନୟର ବହୁତ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି । ପ୍ରାୟ ୨.୫ ବର୍ଷ ପରେ ହ୍ରିତିକ ବଡ ପରଦାକୁ ଫେରିଛନ୍ତି । ଚଳଚ୍ଚିତ୍ର ସମୀକ୍ଷକଙ୍କ ମତାନୁସାରେ, ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ୧୨-୧୪ କୋଟି ଟଙ୍କାର ବ୍ୟବସାୟ କରିପାରେ । ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୮୫ କୋଟି ରହିଛି । ‘ସୁପର ୩୦’ ସାରା ଦେଶରେ ୩୦୦୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତଲାଭ କରିଛି । ଉଲ୍ଲେଖଯୋଗ୍ୟ,‘ସୁପର ୩୦’ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ବିକାଶ ବହଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ହ୍ରିତିକଙ୍କ ବ୍ୟତୀତ ମୃଣାଳ ଠାକୁର, ପଙ୍କଜ ତ୍ରିପାଠୀ ଓ ଅମିତ ସାଧ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।