ବେସନ ମୁଡୁକୁ

ବେସନ ମୁଡୁକୁ

       ବେସନ ମୁଡୁକୁ
ସାମଗ୍ରୀ: - ଦେଢ କପ ବେସନ - ଅଧ କପ ଚାଉଳ ଚୂନା - ଦେଢ ସେମି ଅଦା - ୫ ପାଖୁଡା ରସୁଣ - ୬ଟା କଂଚାଲଙ୍କା - ଛାଣିବା ପାଇଁ କିଛି ରିଫାଇନ ତେଲ - ଦରକାର ମୁତାବକ ଲୁଣ ପ୍ରଣାଳୀ: ଅଦା ରସୁଣ ଓ କଂଚାଲଙ୍କା ଚିକକଣ କରି ବାଟିନେବେ । ବେସନ, ଚାଉଳ ଚୂନା, ୨ ଟେବୁଲ ଚାମଚ ରିଫାଇନ ତେଲ, ଲୁଣ ,ମସଲା ବଟା ଓ ଅଳ୍ପ ପାଣି ଦେଇ ଭଲଭାବରେ ଦଳିବେ । ଏହି ଦଳାରେ ବେସନ ଛାଂଚ ନଥିଲେ ହାତରେ ପିଙ୍ଗର ଚିପସ ପରି ତିଆରି କରି କମ ଆଂଚରେ ମୁଡୁକୁ ଛାଣିବେ ।