କରୋନା କାଳ : କେବଳ ଏପ୍ରିଲ ମାସରେ ୧୨୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ

କରୋନା କାଳ : କେବଳ ଏପ୍ରିଲ ମାସରେ ୧୨୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ

 କରୋନା କାଳ : କେବଳ ଏପ୍ରିଲ ମାସରେ ୧୨୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ
ଭୁବନେଶ୍ୱର: କାଳ ସାଜିଛି କରୋନାର ଦ୍ୱିତୀୟ ଲହର । ପ୍ରତିଦିନ ଯାଉଛି ୪ ସାମ୍ବାଦିକଙ୍କ ଜୀବନ । ଅନେକ ଚିହ୍ନା ମୁହଁ ଏବଂ ପରିଚିତ ଚେହେରାଙ୍କୁ ଛଡ଼ାଇ ନେଇଛି କରୋନା । କରୋନାର ଦ୍ୱିତୀୟ ଲହରି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏପ୍ରିଲ ମାସରେ ଶତାଧିକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଗ୍ରାଫିକ୍ସ ‘ମିଡ଼ିଆ ୱାଚଡଗ’ର ତାଲିକା ଅନୁସାରେ କେବଳ ଏପ୍ରିଲ ମାସରେ ୧୨୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ପ୍ରତିଦିନ ୪ରୁ ଅଧିକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଗତ ୨ଟି ସପ୍ତାହରେ ୫୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ‘ମିଡ଼ିଆ ୱାଚଡଗ’ର ତଥ୍ୟଠାରୁ ବି ଅଧିକ ରହିଛି ନେଟୱାକ୍ ଅଫ୍ ୱିମେନ ଇନ୍ ମିଡ଼ିଆର ଆକଳନ । ଏହି ସଂସ୍ଥାର ଦାବି ହେଉଛି, କେବଳ ଏପ୍ରିଲ ମାସରେ ୧୭୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଥିରେ କପି ରାଇଟର, କ୍ୟାମେରା ପର୍ସନ୍, ସମ୍ପାଦକ, ଷ୍ଟ୍ରିଞ୍ଜର ଏବଂ ଅନ୍ୟାନ୍ୟ ମିଡିଆ କର୍ମଚାରୀଙ୍କୁ ବି ତାଲିକା ଭୁକ୍ତ କରାଯାଇଛି । ସାରା ଭାରତ ଭଳି ଓଡ଼ିଶାରେ ସାମ୍ବାଦିକଙ୍କ ସ୍ଥିତି ସଂଗୀନ୍ । କରୋନା କାଳରେ ମହାମାରୀ ଯୋଗୁଁ ସାମ୍ବାଦିକଙ୍କ ମୃତ୍ୟୁ ତାଲିକା ଲମ୍ବିବାରେ ଲାଗଛି ।