ପ୍ରେଗ୍ନେନ୍ସିରେ ଏହି ଜିନିଷକୁ ଖାଇବା ଉଚିତ୍ ନୁହେଁ , ପିଲା ପ୍ରତି ବିପଦ ଆସିପାରେ
ପ୍ରେଗ୍ନେନ୍ସିରେ ଏହି ଜିନିଷକୁ ଖାଇବା ଉଚିତ୍ ନୁହେଁ , ପିଲା ପ୍ରତି ବିପଦ ଆସିପାରେ
admin
May 8, 2021 - 06:12
Updated: May 8, 2021 - 06:12
ପ୍ରେଗ୍ନେନ୍ସିରେ ଖାଇବା ପିଇବାରେ ବହୁତ ଧ୍ୟାନ ରଖିବା ଉଚିତ୍। ଟିକିଏ ବି ଅବହେଳା କରିବା ପିଲାକୁ କ୍ଷତିକାରକ ହୋଇପାରେ। ପ୍ରେଗ୍ନେସିରେ କିଛି ଜିନିଷକୁ ଖାଇବାକୁ ପୂରା ବାରଣ ହୋଇଥାଏ , ଯାହାକି କମ୍ ମାତ୍ରାରେ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଆସନ୍ତୁ ଏହି ବିଷୟରେ ଜାଣିବା –
ଅଧିକ Mercury ଥିବା ମାଛ –
ମର୍କ୍ୟୁରୀରେ ବହୁତ ବିଷାକ୍ତ ତତ୍ତ୍ୱ ଥାଏ। ଯାହାକୁ ସୁରକ୍ଷିତ ମନେକରାଯାଇ ନଥାଏ। ପ୍ରଦୂଷିତ ପାଣିରେ ଏହା ମିଳିଥାଏ। ମର୍କ୍ୟୁରୀର ଅଧିକ ମାତ୍ରା ନର୍ଭସ ସିଷ୍ଟମ, ଇମ୍ୟୁନି ସିଷ୍ଟମ ଓ କିଡନୀକୁ ଖରାପ କରି ଦେଇଥାଏ। ଏହାର କିଛି ମାତ୍ରା ନବଜାତକର ବିକାଶରେ ବହୁତ ପ୍ରଭାବ ପକାଇଥାଏ। ଏହା ପ୍ରଦୂଷିତ ସମୁଦ୍ରରେ ମିଳିଥାଏ। ଏଥିପାଇଁ ବଡ଼ ବଡ଼ ସମୁଦ୍ର ମାଛ ମର୍କ୍ୟୁରୀ ଅଧିକ ମାତ୍ରାରେ ଜମା କରିନେଇଥାଏ। ଏଥିପାଇଁ ପ୍ରେଗ୍ନେଣ୍ଟ ଓ ବ୍ରେଷ୍ଟଫିଡିଂ କରାଉଥିବା ମହିଳାଙ୍କୁ ମର୍କ୍ୟୁରୀ ମାଛ ଖାଇବା ଉଚିତ୍ ନୁହେଁ। ଅଧିକ ମର୍କ୍ୟୁରୀ ଥିବା ମାଛ ମଧ୍ୟରେ ଶାର୍କ ,କିଙ୍ଗ୍ ମ୍ୟାକରଲ , ଟୁନା , ସ୍ୱୋର୍ଡଫିସ୍ , ମର୍ଲିସ୍ ଓ ଅରେଞ୍ଜ ରୋଫି ଅନ୍ୟତମ ।
ଅଧାସିଝା ମାଛ –
ପ୍ରେଗ୍ନେନ୍ସିରେ କେବେ ବି ଅଧାସିଝା ବା ଗ୍ଦଷରକ୍ଷକ୍ଷଲସଗ୍ଦଷ ମାଛ ଖାଇବା ଉଚିତ୍ ନୁହେଁ । ଗ୍ଦଷରକ୍ଷକ୍ଷଲସଗ୍ଦଷ ମାଛ ଦ୍ୱାରା ଅନେକ ପ୍ରକାରର ଭାଇରସ ବା ବ୍ୟାକ୍ଟେରିଆଲ ସଂକ୍ରମଣ ହୋଇପାରେ । ଏଥିରୁ କିଛି ଇଫେକ୍ସନ ଆପଣଙ୍କୁ ଅର୍ଥାତ୍ ଆପଣଙ୍କ ହେବାକୁ ଥିବା ପିଲାକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇ ପାରେ। ପ୍ରେଗ୍ନେଣ୍ଟ ମହିଳାଙ୍କ ଠାରେ ଲିଷ୍ଟେରିୟା ସଂକ୍ରମଣ ସହଜରେ ହୋଇଯାଏ। ଏହି ବ୍ୟାକ୍ଟେରିଆ ଓଦା ମାଟି ଓ ଦୂଷିତ ପାଣି ବା ଗଛରେ ଥିବାର ଦେଖିବାକୁ ମିଳେ ଏବଂ ଶେଲଫିସ୍ ମାଛରେ ସହଜରେ ରହିଯାଏ। ଏହି ବ୍ୟାକ୍ଟେରିଆ ପ୍ଲାସେଣ୍ଟା ମାଧ୍ୟମରେ ହେବାକୁ ଥିବା ପିଲା ଠାରେ ପହଞ୍ଚି ଯାଏ। ଏହି କାରଣରୁ ଗର୍ଭପାତ ବା ପ୍ରିମେଚ୍ୟୋର ଡେଲିଭରି ମଧ୍ୟ ହୋଇପାରେ।
ଅଧାସିଝା ବା ପ୍ରୋସେସ୍ଡ ମାଂସ :
ଟଦ୍ଭୟରକ୍ସମକ୍ଟକ୍ଟଳରୟ ମାଂସ ମଧ୍ୟ ପ୍ରେଗ୍ନେଣ୍ଟ ମହିଳଙ୍କ ପାଇଁ ହାନିକାରକ ଅଟେ। ଏହାକୁ ଖାଇବାରେ ଟୋକ୍ସୋପ୍ଲାଜ୍ମା, ଲିଷ୍ଟେରିଆ ଓ ସେଲ୍ମୋନେଲା ଭଳି ଅନେକ ପ୍ରକାରର ବ୍ୟାକ୍ଟେରିଆଲ ଇନ୍ଫେକ୍ସନ ହୋଇପାରେ। ଏହା ଜନ୍ମ ହେବାକୁ ଥିବା ପିଲାର କ୍ଷତି କରିପାରେ। ଏଥିରେ ପିଲାର ଗୁରୁତର ନ୍ୟୁରୋଲଜିକଲ ରୋଗ ହୋଇପାରେ ।
ଏହି ମାଂସକୁ କେବେ କଞ୍ଚା ବା ଅଧାସିଝା ଖାଇବା ଉଚିତ୍ ନୁହେଁ। ପେଟିସ୍ ଓ ବର୍ଗର ପ୍ରୋସେସ୍ଡ ମାଂସ ଖାଇବାରୁ ନିବୃତ୍ତ ରୁହନ୍ତୁ । ଷ୍ଟୋରେଜ୍ରେ ରଖିବା ସମୟରେ ଏଥିରେ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ ।
କଞ୍ଚା ଅଣ୍ଡା-
କଞ୍ଚା ଅଣ୍ଡାରେ ସେଲ୍ମୋନେଲା ବ୍ୟାକ୍ଟେରିଆ ମିଳିଥାଏ । ଏହାକୁ ଖାଇବାରେ ଜ୍ୱର , ବାନ୍ତି , ପେଟରେ ଯନ୍ତ୍ରଣା ଓ ଝାଡ଼ା ହୋଇପାରେ । କିଛି ମାମଲାରେ ଏହି ସଂକ୍ରମଣ କାରଣରୁ ଗର୍ଭାଶୟରେ ଯନ୍ତ୍ରଣା ହୋଇପାରେ , ଯେଉଁଥିରେ ପିଲାର ଜନ୍ମ ସମୟ ପୂର୍ବରୁ ହୋଇପାରେ ।
କଫି –
ଅଧିକାଂଶ ଲୋକଙ୍କୁ କଫି ପିଇବା ପସନ୍ଦ ହୋଇଥାଏ , ହେଲେ ପ୍ରେଗ୍ନେଣ୍ଟ ମହିଳାଙ୍କୁ କଫିର ସେବନ ବହୁତ କମ୍ ମାତ୍ରରେ କରିବାର ପରାମର୍ଶ ଦିଆଯାଇ ଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବିକ୍ , ପ୍ରେଗ୍ନେଣ୍ଟ ମହିଳାଙ୍କର ଗୋଟିଏ ଦିନରେ ୨୦୦ ଜ୍ଞଶରୁ କମ୍ କଫି ପିଇବା ଉଚିତ୍ । କଫି ଶରୀରେ ବହୁତ ଶୀଘ୍ର ମିଳେଇ ପ୍ଲେସେଣ୍ଟା ଯାଏ ପହଞ୍ଚି ଯାଏ । ଗର୍ଭରେ ବଢ଼ୁଥିବା ପିଲାର ମେଟାବଲିଜିମ୍ ଏଞ୍ଜାଇମ୍ ନଥାଏ , ଯେଉଁଥି ପାଇଁ ତାର କ୍ଷତି ହୋଇପାରେ । ପ୍ରେଗ୍ନେନ୍ସିରେ ଅଧିକ କପି ନେବାରେ ପିଲାର ଓଜନ ଓ ବିକାଶ କମିଯାଇଥାଏ ।
କଞ୍ଚା ସ୍ପ୍ରାଉଟ୍ସ –
ସ୍ପ୍ରାଉଟ୍ସ ଖାଇବା ଶରୀର ପାଇଁ ବହୁତ ଫଳପ୍ରଦ , ହେଲେ କଞ୍ଚା ଅଙ୍କୁରିତ ସ୍ପ୍ରାଉଟ୍ସ ପ୍ରେଗ୍ନେନ୍ସିରେ ନଖାଇବାକୁ ପରାମର୍ଶ ଦିଆଯାଇଥାଏ । ଅଙ୍କୁରୀତ ମୁଗର କଞ୍ଚା ସ୍ପ୍ରାଉଟ୍ରେ ସେଲ୍ମୋନେଲା ବ୍ୟାକ୍ଟେରିଆ ବଢ଼ଥାଏ । ଧୋଇବା ପରେ ମଧ୍ୟ ଏହି ବ୍ୟାକ୍ଟେରିଆ ସ୍ପ୍ରାଉଟ୍ସରେ ରହିଯାଏ । ଭଲ ହେବ କି ଆପଣ ପ୍ରଗ୍ନେନ୍ସିରେ ଏହାକୁ ସିଝାଇ ଖାଆନ୍ତୁ ।
ଜଙ୍କ୍ ଫୁଡ୍ –
ପ୍ରେଗ୍ନେନ୍ସିରେ ପିଲାର ବିକାଶ ପାଇଁ କେବଳ ପୋଷକ ତତ୍ତ୍ୱରେ ଭରପୂର ଜିନିଷ ଖାଇବା ଉଚିତ୍ । ଏହି ସମୟରେ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ । ଏଥିରେ ପୋଷକ ତତ୍ତ୍ୱ ନଥାଏ । ଏଥିରେ ସୁଗାର, ଫ୍ୟାଟ୍ ଓ କ୍ୟାଲୋରା ବହୁତ ଅଧିକ ଥାଏ । ଜଙ୍କ ଫୁଡ୍ ଖାଇଲେ ଓଜନ ଶୀଘ୍ର ବୃଦ୍ଧି ପାଇଥାଏ । ଏଥିରେ ଡେଲିଭରି ସମୟରେ ଅନେକ ପ୍ରକାରର ଅସୁବିଧା ହୋଇଥାଏ । ପ୍ରେଗ୍ନେନ୍ସି ସମୟରେ ନିଜର ଡାଇଟ୍ରେ ବହୁତ ଫଳ , ସବୁଜ ପନିପରିବା , ପ୍ରୋଟିନ୍ , ଫୋଲେଟ୍ ଓ ଆଇରନ୍ ସାମିଲ କରନ୍ତୁ ।