ଜଣେ ଆଇଏଏସ ଅଧିକାରୀ ୮ ଘଣ୍ଟା ମଧ୍ୟରେ ଅମ୍ଳଜାନ ସଂଗ୍ରହ କରି ୨୫୦ ରୋଗୀଙ୍କ ଜୀବନ ରକ୍ଷା କଲେ

ଜଣେ ଆଇଏଏସ ଅଧିକାରୀ ୮ ଘଣ୍ଟା ମଧ୍ୟରେ ଅମ୍ଳଜାନ ସଂଗ୍ରହ କରି ୨୫୦ ରୋଗୀଙ୍କ ଜୀବନ ରକ୍ଷା କଲେ

 ଜଣେ ଆଇଏଏସ ଅଧିକାରୀ ୮ ଘଣ୍ଟା ମଧ୍ୟରେ ଅମ୍ଳଜାନ ସଂଗ୍ରହ କରି ୨୫୦ ରୋଗୀଙ୍କ ଜୀବନ ରକ୍ଷା କଲେ
ପାଟନା: ଅମ୍ଳଜାନ ଅଭାବରୁ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟୁଥିବା ବେଳେ ବିହାରର ଜଣେ ଆଇଏଏସ ଅଧିକାରୀ ମାତ୍ର ୮ ଘଣ୍ଟା ମଧ୍ୟରେ ଅମ୍ଳଜାନ ସଂଗ୍ରହ କରି ୨୫୦ ରୋଗୀଙ୍କ ଜୀବନ ରକ୍ଷା କରି ଚର୍ଚ୍ଚିତ ହୋଇଛନ୍ତି । ଏହି ଅଧିକାରୀ ହେଉଛନ୍ତି ପାଟନାଠାରୁ ୩୦୦ କିଲୋମିଟର ଦୂର ପୂର୍ଣ୍ଣିଆର ଜିଲ୍ଲାପାଳ ରାହୁଲ କୁମାର । ମେ’୧୨ ବିଳମ୍ବିତ ରାତି ପ୍ରାୟ ସାଢେ଼ ୩ଟାରେ ସମଗ୍ର ପୂର୍ଣ୍ଣିଆକୁ ଅମ୍ଳଜାନ ଯୋଗାଉଥିବା ଏକମାତ୍ର ଅମ୍ଳଜାନ କାରଖାନା ଅଚଳ ହୋଇଯିବାର ଜିଲ୍ଲାରେ ଆତଙ୍କ ଖେଳି ଯାଇଥିଲା । ସେତେବେଳକୁ ୧୩ଟି ପ୍ରମୁଖ ଡାକ୍ତରଖାନାରେ ୨୫୦ ରୁ ଅଧିକ ରୋଗୀ ଅମ୍ଳଜାନ ସହାୟତାରେ ଚିକିତ୍ସାଧୀନ ଥିଲେ । ସେମାନଙ୍କ ପାଇଁ ଅମ୍ଳଜାନ ଜରୁରୀ ଥିଲା । ସକାଳ ୭ଟା ସୁଦ୍ଧା ରାହୁଲ ଏକ ହ୍ୱାଟସ ଆପ ଗୋଷ୍ଠୀ ପ୍ରସ୍ତୁତ କରି ଅମ୍ଳଜାନ ସଂଗ୍ରହ ପାଇଁ ଲାଗି ପଡ଼ିଲେ । ସମସ୍ତ ସାମାଜିକ ଗଣମାଧ୍ୟମରେ ଅମ୍ଳଜାନ ସଂକ୍ରାନ୍ତ ଏସଓପି ପ୍ରସାରିତ ହେଲା । ଏଥିସହିତ ମାରାଙ୍ଗାସ୍ଥିତ ଏକ ଅମ୍ଳଜାନ କାରଖାନା କାର୍ଯ୍ୟକ୍ଷମ କରାଇବା ପ୍ରୟାସ ଜାରି ରହିଲା । ସୌଭାଗ୍ୟ କ୍ରମେ ଏଥିରୁ ଅମ୍ଳଜାନ ଉପôାଦନ ଆରମ୍ଭ ହେଲା । ଏବଂ ଅଧିକାରୀମାନେ ଅନ୍ୟ ଅଞ୍ଚଳରୁ ପ୍ରାୟ ୨୦୦ ଅମ୍ଳଜାନ ସିଲିଣ୍ଡର ସଂଗ୍ରହ କରିବାରେ ସମର୍ଥ ହେଲେ । ଏଥିପାଇଁ ଜିଲ୍ଲାପାଳଙ୍କର ପ୍ରାୟ ୮ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ସଫଳ ହେଲା । ଏଥିପାଇଁ ସେ ଗୋଟିଏ ମିନିଟ ନଷ୍ଟ କରି ନଥିଲେ । ରୋଗୀଙ୍କ ଜୀବନରକ୍ଷା ତାଙ୍କର ଉତ୍ତର ଦାୟିତ୍ୱ ଥିଲା ବୋଲି ରାହୁଲ କହିଛନ୍ତି । ତାଙ୍କ ଉଦ୍ୟମରେ ୨୫୦ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିଲା ବୋଲି ଚର୍ଚ୍ଚା । ରାହୁଲ ହେଉଛନ୍ତି ୨୦୧୧ ବ୍ୟାଚ ଆଇଏଏସ ଅଧିକାରୀ । ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ହାନିଲାଭ ବୁଝୁଥିବା ରାହୁଲ ଖୁବ ଲୋକପି୍ରୟ ।