କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ମାଗଣା କରୋନା ଟିକା ଲାଗି ୧୦୦ କୋଟି ଦେଲା ରାଜ୍ୟ କଂଗ୍ରେସ

କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ମାଗଣା କରୋନା ଟିକା ଲାଗି ୧୦୦ କୋଟି ଦେଲା ରାଜ୍ୟ କଂଗ୍ରେସ

 କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ମାଗଣା କରୋନା ଟିକା ଲାଗି ୧୦୦ କୋଟି ଦେଲା ରାଜ୍ୟ କଂଗ୍ରେସ
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ମାଗଣା କରୋନା ଟିକା ଉପଲବ୍ଧ କରାଇବା ଲାଗି ରାଜ୍ୟ କଂଗ୍ରେସ ୧୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଛି । ଶୁକ୍ରବାର କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବ କୁମାର କହିଛନ୍ତି ଯେ ରାଜ୍ୟର ସମସ୍ତ ଦଳୀୟ ସାଂସଦ, ବିଧାୟକ ନିଜ ଆଞ୍ଚଳିକ ଉନ୍ନୟନ ହାତ ପାଣ୍ଠିରୁ ୧ କୋଟି ଲେଖାଏଁ ପ୍ରଦାନ କରିବେ । ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଲୋକଙ୍କୁ ଟିକା ଯୋଗାଇ ଦେବା ଲାଗି ବିଧାୟକ ଓ ସାଂସଦମାନେ ସେମାନଙ୍କ ଅଞ୍ଚଳର ବିକାଶ କାର୍ଯ୍ୟକୁ ବନ୍ଦ ରଖିବେ । ଏପରିକି ଶିବ କୁମାର କହିଛନ୍ତି ଯେ ୟେଦୁରପ୍ପାଙ୍କ ନେତୃତ୍ୱ ସରକାର ଟିକା କିଣିବାରେ ଯଦି ବିଫଳ ହେଉଛନ୍ତି ତେବେ କଂଗ୍ରେସକୁ ଏହି ଦାୟିତ୍ୱ ଦିଅନ୍ତୁ । ରାଜ୍ୟ କଂଗ୍ରେସ ସିଧାସଳଖ ବିଦେଶରୁ କରୋନା ଟିକା ଅଧିଗ୍ରହଣ କରିବେ ।