ଟ୍ରେନ୍‌ରେ ଲାଗିଲା ନିଆଁ

ଟ୍ରେନ୍‌ରେ ଲାଗିଲା ନିଆଁ

 ଟ୍ରେନ୍‌ରେ ଲାଗିଲା ନିଆଁ
କଣ୍ଟାବାଞ୍ଝି : କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ । କୋଇଲା ବୋଝେଇ ଟ୍ରେନର ୨ଟି ୱାଗନରେ ନିଆଁ ଲାଗିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଂଝି ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁକୁ ଆୟତ କରାଯାଇଛି । ପ୍ରଥମେ ରହେନଭଟ୍ଟା ରେଳଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା । ନିଆଁକୁ ଆୟତ୍ତ କରିବା ପରେ ଟ୍ରେନ୍ ଛାଡିଥିଲା । ତେବେ ପୁଣି ମୁରିବାହାଲ ଷ୍ଟେସନରେ ଟ୍ରେନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଟ୍ରେନଟି କଣ୍ଟାବାଞ୍ଝି ଷ୍ଟେସନରେ ପହଂଚିବା ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । କୋଇଲା ବୋଝେଇ ଟ୍ରେନର ୨ଟି ୱାଗନରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡ ଫଳରେ କଣ କ୍ଷୟକ୍ଷତି ହୋଇଛି ତାହା ଜଣାପଡିନାହିଁ ।