ଫେରିଯିବ ‘ସୁନ୍ଦରୀ’

ଫେରିଯିବ ‘ସୁନ୍ଦରୀ’

 ଫେରିଯିବ ‘ସୁନ୍ଦରୀ’
ବନ୍ତଳା : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଚର୍ଚ୍ଚିତ ନାୟିକା, ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ’ ଚଳିତ ଫେବ୍ରୁଆରୀ ମାସରେ ନୁହେଁ, ମାର୍ଚ୍ଚ ମାସରେ ମଧ୍ୟପ୍ରଦେଶ ଫେରିବ । ମାର୍ଚ୍ଚ ପ୍ରଥମ ଅବା ଦ୍ୱିତୀୟ ସପ୍ତାହରେ ବାଘୁଣୀକୁ ରିୱାଇଲଡିଂ ସେଣ୍ଟର୍‌କୁ ପଠାଇବାର ବନ୍ଦୋବସ୍ତ କରାଯାଉଛି । ମଧ୍ୟପ୍ରଦେଶର ‘କାହ୍ନା’ ଜାତୀୟ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ନିକଟରେ ଏହି ମର୍ମରେ ଆଲୋଚନା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ଆର୍‌ସିସିଏଫ୍‌ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ମୁଖ୍ୟ ପ୍ରକାଶ ରାଜ କାରାଟ । ଶ୍ରୀ କାରାଟ କହିଛନ୍ତି, ‘ସୁନ୍ଦରୀ’କୁ ଫେବ୍ରୁଆରୀ ମାସରେ ଫେରାଇ ନେବାକୁ ଧାର୍ୟ୍ୟ ହୋଇଥିଲା । ସମସ୍ତ ପ୍ରକାର ଆନୁଷଙ୍ଗିକ ବନ୍ଦୋବସ୍ତ କରିବାରେ ଅଧିକ ସମୟ ଲାଗିପାରେ । ତେଣୁ ବାଘୁଣୀର ପ୍ରତ୍ୟାବର୍ତ୍ତନ କାର୍ୟ୍ୟକ୍ରମ ମାର୍ଚ୍ଚ ପ୍ରଥମ ନଚେତ୍‌ ଦ୍ୱିତୀୟ ସପ୍ତାହ ଆଡ଼କୁ ହୋଇପାରେ । ଏ ନେଇ ସେ କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି ।