ନୂଆ ଷ୍ଟ୍ରେନ୍ ଭୟ : ୨ ମୁମ୍ବାଇ ଫେରନ୍ତାଙ୍କଠାରେ କରୋନା

ନୂଆ ଷ୍ଟ୍ରେନ୍ ଭୟ : ୨ ମୁମ୍ବାଇ ଫେରନ୍ତାଙ୍କଠାରେ କରୋନା

ନୂଆ ଷ୍ଟ୍ରେନ୍ ଭୟ : ୨ ମୁମ୍ବାଇ ଫେରନ୍ତାଙ୍କଠାରେ କରୋନା
ଭୁବନେଶ୍ୱର: ୨ ମୁମ୍ବାଇ ଫେରନ୍ତାଙ୍କଠାରେ ଚିହ୍ନଟ ହୋଇଛି କରୋନା । ଚିହ୍ନଟ ନୂଆ ରୋଗୀଙ୍କ ଜେନ୍‌ମ ସିକ୍ୟୁଏନ୍ସିଂ ପାଇଁ ମଧ୍ୟ କିଛି ନିଷ୍ପତ୍ତି ଏ ଯାଏ ନେଇ ନାହାନ୍ତି ସରକାର । ବାସ୍ତବରେ ଚିହ୍ନଟ ପଜିଟିଭ୍‌ଙ୍କ ଦେହରେ ନୂଆ ଷ୍ଟ୍ରେନ୍‌ ରହିଛି ନା ପୁରୁଣା । ଏହାକୁ ମଧ୍ୟ ଖୋଜୁନି ସ୍ୱାସ୍ଥ୍ୟ ବିଭାଗ । ନୂଆ ଷ୍ଟ୍ରେନ୍‌ ଦ୍ରୁତଗତିରେ ବ୍ୟାପୁଥିବାରୁ ଆଗକୁ ଏହା ରାଜ୍ୟ ପାଇଁ ବିପଦର କାରଣ ମଧ୍ୟ ହୋଇପାରେ। ଦେଶରେ କରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇସାରିଛି। ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ରୋଗ ବଢି ବଢି ଚାଲିଛି। ତେଣୁ ଏ ସବୁ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌ରେ ଥର୍ମାଲ ସ୍କ୍ରିନିଂ କରିବାକୁ କୁହାଯାଇଛି । ଯେଉଁମାନଙ୍କ ଲକ୍ଷଣ ରହିଥିବ, ସେମାନଙ୍କୁ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ। ପଜିଟିଭ୍‌ ଆସିଥିଲେ, ତାଙ୍କୁ ଚିକିତ୍ସା କରାଯିବ। ବିମାନ ବନ୍ଦର ଓ ରେଳ ଷ୍ଟେସନ୍‌ରେ ଥର୍ମାଲ ସ୍କ୍ରନିଂ ସହ ଆଣ୍ଟିଜେନ୍‌ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ/ମହାନଗର ନିଗମ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।