ବର୍ଷା ଯୋଗୁଁ ଧୋଇଗଲା ଡ଼ାଇଭର୍ସନ ପୋଲ

ବର୍ଷା ଯୋଗୁଁ ଧୋଇଗଲା ଡ଼ାଇଭର୍ସନ ପୋଲ

 ବର୍ଷା ଯୋଗୁଁ ଧୋଇଗଲା ଡ଼ାଇଭର୍ସନ ପୋଲ

ଉଦଳା: ଲଗାଣ ବର୍ଷାରେ ଧୋଇଗଲା ଡ଼ାଇଭର୍ସନ ପୋଲ । ଉଦଳା-ଠାକୁରମୁଣ୍ଡା ରାସ୍ତାର ଶରତ ଛକ ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା କାମ ଚାଲିଥିଲା । ଶରତ ଛକ ନିକଟରେ ଏକ ପୋଲ ନିର୍ମାଣ ଚାଲିଥିବା ବେଳେ ଲୋକଙ୍କ ଯିବାଆସିବା ନିମନ୍ତେ ଏକ ଡ଼ାଇଭର୍ସନ ପୋଲ ତିଆରି କରାଯାଇଥିଲା । କିନ୍ତୁ ୪ ଦିନ ଧରି ଲଗାଣ ବର୍ଷା ଜାରି ରହିବା ଯୋଗୁଁ ମଙ୍ଗଳବାର ସକାଳେ ଉକ୍ତ ଡ଼ାଇଭର୍ସନ ପୋଲଟି ଧୋଇ ହୋଇଯାଇଛି ।

ନିକଟରେ ନିର୍ମିତ ହେଉଥିବା ନୂଆ ପୋଲର ଉଭୟ ପାର୍ଶ୍ବରେ ମାଟି ପଡ଼ିଥିବା ବେଳେ ତାହା କାଦୁଅ ହୋଇଯିବାରୁ ଯାନବାହାନ ଚଳାଚଳ ସମ୍ଭବ ହୋଇପାରିନାହିଁ । ଯାହା ଫଳରେ ଉଦଳା-ଠାକୁରମୁଣ୍ଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।