ବାଇକ ପଛରେ ବସିଲେ ହେଲମେଟ ବାଧ୍ୟ

ବାଇକ ପଛରେ ବସିଲେ ହେଲମେଟ ବାଧ୍ୟ

 ବାଇକ ପଛରେ ବସିଲେ ହେଲମେଟ ବାଧ୍ୟ
ଭୁବନେଶ୍ୱର: ଆସନ୍ତାକାଲି ନୂଆ ବର୍ଷ । ଆଉ ନୂଆ ବର୍ଷରେ ନୂଆ ନିୟମ । ଆସନ୍ତାକାଲି ଠାରୁ ବାଇକ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ ଜରୁରୀ । ହେଲମେଟ ବାଧ୍ୟତାମୂଳକ ଲାଗୁ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି ଠାରୁ ହେଲମେଟ ଚେକିଂ କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ପଛରେ ବସିଥିବା ଲୋକ ହେଲେମେଟ ପିନ୍ଧିନଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ପୂର୍ବରୁ ମନ୍ତ୍ରୀ କହିଥିଲେ, ଯଦି ବାଇକ ଚାଳକଙ୍କ ପାଖରେ ଆଉ ଗୋଟିଏ ହେଲମେଟ୍ ନାହିଁ ତା ହେଲେ ସମ୍ପୃକ୍ତ ଚାଳକ ଆଉ କୌଣସି ବ୍ୟକ୍ତିଙ୍କୁ ଲିଫ୍ଟ ନ ଦିଅନ୍ତୁ । ଗତ ବର୍ଷ ସେପ୍ଟେମ୍ବର କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଟ୍ରାଫିକ ଆଇନକୁ ରାଜ୍ୟ ସରକାର ଲାଗୁ କରିଥିଲେ । ଆଇନର ବ୍ୟବସ୍ଥା ଅନୁଯାୟୀ ଗାଡ଼ି ଓ ଡ୍ରାଇଭିଂ ଲାଇସେନସ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ପର୍ୟ୍ୟାୟକ୍ରମେ ମହଲତ ଦିଆଯାଇଥିଲା । ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର କଡ଼ାକଡ଼ି ଯାଞ୍ଚ କୋହଳ କରି ଦେଇଥିଲେ । କିନ୍ତୁ ନୂଆ ବର୍ଷଠାରୁ ପୁଣି ଥରେ ଟ୍ରାଫିକ ନିୟମ ପାଳନ କଡ଼ାକଡ଼ି ଯାଞ୍ଚ ପାଇଁ ପୁଲିସ ଓ ପରିବହନ ବିଭାଗ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏଣିକି ଦୁଇ ଚକିଆ ଯାନରେ ବିନା ହେଲମେଟରେ ପଛରେ କାହାକୁ ବସାଇଥିଲେ ସମ୍ପୃକ୍ତ ଚାଳକଙ୍କ ଲାଇସେନ୍ସ ବାତିଲ କରାଯାଉଛି ।