ମାଡିଆସୁଛି ୨ଟି ଲଘୁଚାପ

ମାଡିଆସୁଛି ୨ଟି ଲଘୁଚାପ

 ମାଡିଆସୁଛି ୨ଟି ଲଘୁଚାପ

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷୁଛି । ଆଗ ପଛ ହୋଇ ଆହୁରି ଦୁଇଟି ଲଘୁଚାପ ହେବ । ଆସନ୍ତା ୯ ଓ ୧୩ ତାରିଖରେ ଦୁଇଟି ଲଘୁଚାପ ହେବ । ଏଥିଯୋଗୁଁ ୧୫ ତାରିଖ ଯାଏ ଲଗାଣ ବର୍ଷା ଜାରି ରହିବ । ୧୦ ଓ ୧୪ରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ।  ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ୯ ତାରିଖରେ ଗୋଟିଏ ଲଘୁଚାପ ହେବ । ମୌସୁମୀ ସକ୍ରିୟ ଥିବା ଓ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହା ଅଧିକ ବର୍ଷା କରାଇପାରେ । ୮ରୁ ୧୦ ତାରିଖ ଭିତରେ ପ୍ରବଳ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ୧୦ରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ତେବେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ କମ୍‌ ରହିବ । ୧୩ରେ ରାଜ୍ୟରେ ଆଉ ଏକ ଲଘୁଚାପ ହେବ । ଏହା ଦକ୍ଷିଣ ଆଡ଼କୁ ଢଳି ରହିବ । ଏଥିପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହେବ । ୧୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ । ଏବେ ଘୂର୍ଣ୍ଣିବଳୟ ଓ ଲଘୁଚାପ ସକ୍ରିୟ ଥିବାରୁ ବର୍ଷା ଜାରି ରହିବ । ଆଗକୁ ଲଘୁଚାପ ଥିବାରୁ ୧୫ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ଲଗାଣ ବର୍ଷା ହେବ ।

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି ।