ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି: ନରସିଂହ

ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି: ନରସିଂହ

 ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି: ନରସିଂହ
ଭୁବନେଶ୍ୱର: ବୁଧବାର ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ କାର୍ଯ୍ୟ ସ୍ୱାଭାବିକଭାବେ ଚାଲିଥିବା ଜଣାଯାଇଛି । ପ୍ରଥମ ଘଣ୍ଟାରେ ପ୍ରଶ୍ନକାଳ ନଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟମାନଙ୍କୁ ୭ରୁ ୮ ମିନିଟ ଦେଇଛନ୍ତି । ଏହି ସମୟରେ ନିଜ ନିର୍ବାଚନମଣ୍ଡଳୀର ପସଙ୍ଗ ନକହି ରାଜ୍ୟ ଓ ଦେଶ ପ୍ରସଙ୍ଗ ଉଠାଇବାକୁ ବାଚସ୍ପତି ସଦସ୍ୟମାନଙ୍କୁ କହିଥିଲେ । ତେବେ ପ୍ରଶ୍ନକାଳ ବାତିଲକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ପ୍ରଶ୍ନକାଳ ବାତିଲ କରାଯିବା ଏକ ଦଃଖଦାୟକ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏଥିରେ ସହମତି ନଥିବା କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଆମ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବା ଶ୍ରୀ ମିଶ୍ର କହିଛନ୍ତି । ଏହାଛଡ଼ା ବଲାଙ୍ଗିର କୋଭିଡ କେନ୍ଦ୍ରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ମଧ୍ୟ ଶ୍ରୀ ମିଶ୍ର ଉଠାଇଛନ୍ତି । ଅନ୍ୟପକ୍ଷରେ ପ୍ରଶ୍ନକାଳ ବାତିଲ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଆରମ୍ଭରୁ ଆତଙ୍କ । କରୋନା ଡର ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏମିତି ଆଶା ଆଶଙ୍କାର ବାତାବରଣ ଭିତରେ ବିଧାନସଭା ଆସନ୍ତା ୭ ତାରିଖ ଯାଏଁ ଚାଲିବ । କୋଭିଡ କଟକଣା ଭିତରେ ବିଧାନସଭା ଅଧିବେଶନ ପାଇଁ ଏଥର ବ୍ୟାପକ ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ରକ୍ଷା ପାଇଁ ସଭ୍ୟମାନଙ୍କ ଆସନ ବଦଳିଛି । କାଚ ବ୍ୟାରିକେଡ ଲାଗିଛି । ବିଧାନସଭାର କୋଣ ଅନୁକୋଣ ଘନ ଘନ ସାନିଟାଇଜ କରାଯାଇଛି ।