ସାପ କାମୁଡାରେ ଜଣେ ମୃତ ।

ସାପ କାମୁଡାରେ ଜଣେ ମୃତ ।

 ସାପ କାମୁଡାରେ ଜଣେ ମୃତ ।
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଚଣ୍ଡିପାଳ ଗାଁର ଅଘଟଣ । ସାପ କାମୁଡାରେ ଗାଁର ଶ୍ରୀଧର ବେହେରାଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଅଜଣା ସାପ କାମୁଡିଥିଲା । ସେହି ସମୟରେ ଶ୍ରୀଧର ଚିତ୍କାର କରିଥିଲେ, ତାଙ୍କ ପାଟି ଶୁଣି ଘର ଲୋକ ଦୌଡିଆସିଥିଲେ । ପରିବାର ଲୋକେ ତାଙ୍କୁ ରାତି ୧ଟାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।