ନୂଆମୁଣ୍ଡି ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି ୭ ଏବଂ ୧୦ କିଲୋମିଟର ଦୌଡ଼

ନୂଆମୁଣ୍ଡି ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି ୭ ଏବଂ ୧୦ କିଲୋମିଟର ଦୌଡ଼

ଟାଟା ଷ୍ଟିଲ ରନ୍‌-ଏ-ଥନ ର ପଞ୍ଚମ ସଂସ୍କରଣ ଆସନ୍ତା ନଭେମ୍ବର ୧୭ରେ ଝାଡ଼ଖଣ୍ଡ ନୂଆମୁଣ୍ଡି ଠାରେ ଅନୁଷ୍ଠିତ ହେବ।କୁ ଜାଉଛି । ନୂଆମୁଣ୍ଡି ରନ-ଏ-ଥନ ପାଇଁ ଅନଲାଇନ ପଂଜୀକରଣ ଅକ୍ଟୋବର ୧୮ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ।  www.tatasteelruns.com ରେ ଲଗ୍ ଇନ୍ କରି ଇଛୁକ ପ୍ରତିଯୋଗୀ ଅନଲାଇନ୍ ପଞ୍ଜୀକରଣ କରିପାରିବେ । ସେହିପରି ଅକ୍ଟୋବର ୨୧ରୁ ନଭେମ୍ବର ୬ତାରିଖ ପର୍ଯ୍ୟନ୍ତ ଯୋଡ଼ାସ୍ଥିତ କେନ୍ଦ୍ରୀୟ ଖେଳ ପଡ଼ିଆରେ ଶନିବାର ଓ ରବିବାର ବ୍ୟତୀତ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଅଫଲାଇନ୍ ପଞ୍ଜିକରଣ  ନିମନ୍ତେ ସୁବିଧା ଉପଲବ୍ଧ କରାଯିବ । ଏ ନେଇ ଗୁରୁବାର, ଟାଟା ଷ୍ଟିଲର ମହାପ୍ରବନ୍ଧକ ଓଏମକ୍ୟୁ ଅତୁଲ କୁମାର ଭଟ୍ଟନାଗର ଆଜି ଯୋଡ଼ା ଭ୍ୟାଲି କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲର ଖଣ୍ଡବନ୍ଧ ଲୌହ ଖଣିର ମୁଖ୍ୟ ଜିଭି ସତ୍ୟନାରାୟଣ, କଳମଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ ମୁଖ୍ୟ ଦୀପକ ବେହେରା, ନୀଳାଚଳ ଖଣି ମୁଖ୍ୟ ରାହୁଲ କିଶୋର, ଆର ଏମ୍ ପି ମୁଖ୍ୟ ସୁଜିତ୍ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତିଯୋଗୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟି ସାର୍ଟ ଉନ୍ମୋଚନ କରାଯାଇଥିଲା I ନୂଆମୁଣ୍ଡି ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଦୌଡ଼ରେ, ୧୫ ବର୍ଷ କିମ୍ବା ତା'ଠାରୁ ଅଧିକ ପୁରୁଷ ଓ ମହିଳାମାନଙ୍କ ପାଇଁ ୧୦ କିଲୋମିଟର ଏବଂ ୭ କିଲୋମିଟର ଦୌଡ ୧୬ ବର୍ଷରୁ କମ ବୟସର ବାଳକ ଓ ବାଳିକାମାନଙ୍କ ପାଇଁ ୫ କିଲୋମିଟର ଦୌଡ଼ ଏବଂ ବିଶେଷ ଦକ୍ଷତା ଥିବା ଲୋକଙ୍କ ପାଇଁ ଏକ ୨ କିମି ଦୌଡ଼ ସାମିଲ ରହିଛି ।

ଏଥିପାଇଁ ମୋଟ ପୁରସ୍କାର ରାଶି ୫ଲକ୍ଷ ୬୭ ହଜାର ଟଙ୍କା ରହିଛି। ପରିବେଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦର୍ଶାଇ ଟାଟା ଷ୍ଟିଲ୍ ପ୍ରତି ଅଂଶଗ୍ରହଣକାରୀଙ୍କ ପାଇଁ ଗୋଟିଏ ଲେଖାଏଁ ଚାରା ରୋପଣ କରିବ । ଜାମସେଦପୁର ରନ-ଏ-ଥନ, ଟାଟା ଷ୍ଟିଲ୍ କୋଲକାତା 25 K ରନ୍, ଭୁବନେଶ୍ୱର ହାଫ୍ ମାରାଥନ ଭଳି ଅନେକ ଦୌଡ଼ ଜରିଆରେ ଟାଟା ଷ୍ଟିଲ୍ ଫିଟନେସ୍ ପାଇଁ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଛି । ଯୋଡାରୁ ସତ୍ୟଜିତ୍ ଙ୍କ ରିପୋର୍ଟ ୟୁବିସି ଓଡ଼ିଆ ।