ରାସ୍ତା କଡରେ ଅଖିଆ, ଅପିଆ ଅନ୍ଧାର ମଶା କାମୁଡାରେ ରାତି କାଟିଲେ ଅଣ ପଞ୍ଜିକୃତ ହବିଷ୍ୟାଳୀ

ରାସ୍ତା କଡରେ ଅଖିଆ, ଅପିଆ ଅନ୍ଧାର ମଶା କାମୁଡାରେ ରାତି କାଟିଲେ ଅଣ ପଞ୍ଜିକୃତ ହବିଷ୍ୟାଳୀ

ଆମକୁ ମାଗଣା ପ୍ରସାଦ ନ ଖାଇବୁ ପଛେ, କିନ୍ତୁ ଆମକୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ଦିଅନ୍ତୁ ସରକାର । ଆମେ ତ ଗରିବ ଲୋକ, ପଇସା କୋଉଠୁ ଆଣିବୁ ଯେ ମାସେ କାଳ ଘର ଭଡା ଦେଇ ପୁରୀରେ ରହିବୁ । ଏପରି କାନ୍ଦ କାନ୍ଦ କଣ୍ଠରେ କହିଛନ୍ତି ହବିଷ୍ୟାଳି ଯୋଜନାରୁ ବଂଚିତ ଥିବା  କାର୍ତିକ ବ୍ରତଧାରୀ । ଗୁରୁବାର ସକାଳୁ ସେମାନେ ଏମିତି ଅଖିଆ ଅପିଆ, ମଶା ଡାଉଁସ, ଟାଣ ଖରା, ଅନ୍ଧାର ଥଣ୍ଡା ରାତିରେ ରାସ୍ତା କଡରେ ପଡିଛନ୍ତି । ହେଲେ ହେଲେ ପ୍ରଶାସନ ସେମାନଙ୍କୁ ସହାନୁଭୂତି ଦେଖାଇବ କଣ, ଓଲଟି ଦୁର ଦୁର ମାର ମାର କହି ତଡି ଦେଉଛି । ବାହାସ୍ପଟ ମାରୁଥିବା ଲୋକଙ୍କ ମୋହନ ସରକାର ଜମାରୁ ଅନାଉ ନାହିଁ । ଆଇନ ମନ୍ତ୍ରୀଙ୍କ ଦେଖା ଦର୍ଶନ ନାହିଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୁରୀ ଜିଲ୍ଲାର ହୋଇଥିଲେ ବି ବ୍ରତଧାରୀ ମାଙ୍କ ନିବେଦନ ଶୁଣୁ ନାହାନ୍ତି । ଫଳରେ ଏ ବୁଢୀ ବୟସରେ ନିଜ ପରିବାର ଠାରୁ ଦୁରକୁ ଆସି ରାସ୍ତା କଡରେ ଅଖିଆ ଅପିଆ ଆଶ୍ରୟ ବିନା ସେମାନେ କଇଁ କଇଁ ହୋଇ କାନ୍ଦିଛନ୍ତି । ଆଉ ସରକାରଙ୍କୁ ଅଭିଶାପ ଦେବାକୁ ପଛାଇ ନାହାନ୍ତି । ସେମାନଙ୍କ ଦାବି ଯଦି ହବିଷ୍ୟାଳି ଯୋଜନା ହେଉଛି, ତାହେଲେ ସମସ୍ତଙ୍କୁ ସାମିଲ କରାଯାଉ । 

ଗୁରବାର ସକାଳୁ ଶତାଧିକ ହବିଷ୍ୟାଳି  ଶିବିରରେ ପହଂଚି ଥିଲେ ବି ରହିବାକୁ ଜାଗା ନାହିଁ । ଫଳରେ ରହିବା ପାଇଁ ଦହଗଞ୍ଜ ହେଉଥିବା ଅଭିଯୋଗ ଆଣିଛନ୍ତି ହବିଷ୍ୟାଳି ଜ୍ଝ ସେମାନେ ରାଜ୍ୟ ସରକାର ଓ ପୁରୀ ପ୍ରଶାସନକୁ ଗାଳିଗୁଲଜ କରୁଛନ୍ତି ଜ୍ଝ ଇତିମଧ୍ୟରେ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ଣୁ ପାଲଟିଛି ଜ୍ଝ ସରକାରଙ୍କ ପକ୍ଷରୁ ଶ୍ରୀକ୍ଷେତ୍ରର ୪ ଟି ସ୍ଥାନରେ ପ୍ରାୟ ୨ ହଜାର ୫ ଶହ ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବା ଓ ଖାଇବା ବ୍ୟବସ୍ତା କରାଯାଇଛି ଜ୍ଝ ଏଥିପାଇଁ ଅନଲାଇନ ଯୋଗେ ୩ ହଜାର ୬ ଶହ ହବିଷ୍ୟାଳି ଆବେଦନ କରିଥିଲେ ଜ୍ଝ ସେମାନଙ୍କ ମଧ୍ୟରୁ ଯୋଗ୍ୟ ଅଢେଇ ହଜାର ହବିଷ୍ୟାଳିଙ୍କୁ ବଛା ଯାଇଛି ଜ୍ଝ ଅନ୍ୟମାନଙ୍କୁ କାଟି ଦିଆଯାଇଛି ଜ୍ଝ କିନ୍ତୁ କଟିଯାଇଥିବା ଅନେକ ହବିଷ୍ୟାଳି ମାନେ ଏବେ କେଉଁ ଆଧାରରେ ସେମାନଂକୁ କାଟିଦିଆଯାଇଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିବା ସହ ସେମାନଂକୁ  ମାଗଣା ଖାଇବାକୁ ନ ଦେଲେ ନାହିଁ ପଛେ ଅନ୍ତତଃ ରହିବାକୁ ଟିକେ ଜାଗା ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଜ୍ଝ ଅନ୍ୟପଟେ କେବଳ ଅଢେଇ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବାରୁ ବଞ୍ଚିତ ହୋଇଥିବା ହବିଷ୍ୟାଳି ମାନଙ୍କୁ ଆଉ ଅନ୍ତର୍ଭୁକ୍ତ କରିବା ସମ୍ଭବ ନୁହେଁ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି 

କାର୍ତିକ ମାସରେ ବ୍ରତ ପାଳନ କରିବା ପାଇଁ ପ୍ରତି ବର୍ଷ ହବିଷ୍ୟାଳିମାନେ ଆସିଥାନ୍ତି । ଏମାନଙ୍କୁ ମାଗଣାରେ ରହିବା, ଖାଇବା ଓ ଠାକୁର ଦର୍ଶନ କରିବା ବ୍ୟବସ୍ଥା ନବୀନ ସରକାର ଗତ କିଛି ବର୍ଷ ହେବ କରି ଆସୁଥିଲେ । ପଂଜୀକରଣ ବାଦ୍ ବ୍ରତଧାରୀଙ୍କୁ ବି କେଉଁଠି ନା କେଉଁଠି ଥଇଥାନ କରାଯାଉଥିଲା । ହେଲେ ଏଥର ସରକାର ବଦଳିଥିବାରୁ ସହାନୁଭୂତି ବଦଳି ଯାଇଛି । ମୋହନ ସରକାର ସୁଭଦ୍ରା ଯୋଜନାରେ ମାତିଛନ୍ତି ।