ବୋହୂକୁ କିନ୍ନର ସନ୍ଦେହ କଲେ ଶାଶୂଘର ଲୋକ : ବିବାଦ ପରେ ବାପଘରକୁ ଚାଲିଗଲା ନୂଆବୋହୂ; ଆଣିଲା ଯୌତୁକ ନିର୍ଯାତନା ଅଭିଯୋଗ

ବାଲିପାଟଣା ଅଞ୍ଚଳର ଜଣେ ଯୁବକ ପିପିଲି ଥାନା ଅଞ୍ଚଳରେ ଗତ ୨ ତିରାଖରେ ବିବାହ କରିଥିଲେ । ଝିଅଘର ପକ୍ଷରୁ ପସନ୍ଦ ମୁତାବକ ଜାନି ଯୌତୁକ ଦିଆଯାଇଥିଲା । ପୁଅଘର ପକ୍ଷରୁ ମଧ୍ୟ ବେଶ କିଛି ଖର୍ଚ୍ଚ କରାଯାଇଥିଲା । ବଡ ଆଡମ୍ବରରେ ବିବାହ ଓ ଭୋଜିଭାତ ଶେଷ ହୋଇଥିଲା ।

ତେବେ ସମାନ ଢଙ୍ଗରେ ଚତୁର୍ଥୀରେ ଶାରୀରିକ ସମ୍ପର୍କ ରଖିବାକୁ ନୂଆବୋହୂ ଅମଙ୍ଗ ହୋଇଥିବା ଜଣାପଡିଛି । ନିହାତି ୬ ମାସ ଅପେକ୍ଷା କରିବାକୁ ସ୍ୱାମୀଙ୍କୁ କହିଥିଲେ ସ୍ତ୍ରୀ । ହେଲେ ବୌହୂର ଚାଲିଚଳଣ ଓ ରଙ୍ଗଢଙ୍ଗ ଦେଖି ବରଘରର ସନ୍ଦେହ ହୋଇଥିଲା । ବୋହୂ ପାଖରେ ନାରୀ ସୁଲଭ ଗୁଣ ନଥିବାରୁ ସେମାନେ ତାଙ୍କୁ କିନ୍ନର ବୋଲି ସନ୍ଦେହ କରୁଛନ୍ତି । ଏହାପରେ ବୋହୂ ବାପଘରକୁ ଚାଲି ଯାଇଥିବାବେଳେ ପାଲଟା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଛନ୍ତି ।