କାହିଁକି ଜଗାର ହୁଏ ବଡ ତଡ଼ାଉ ବେଶ?
ବଡ ତଡାଉ ବେଶ’
ଶ୍ରୀମନ୍ଦିରର ସେବକ ପରମ୍ପରାରେ ‘ତଡାଉ’ ବା ‘ତଡାଉ’କରଣ ସେବାର ବ୍ୟବସ୍ଥା ଅଛି । ଏହି ସେବକ ଭଣ୍ଡାର ଘରର ହିସାବ ରଖିଥାଆନ୍ତି । ତାହା ମଧ୍ୟରେ ସୁନା ଅଳଙ୍କାରର ହିସାବ ମଧ୍ୟ ରହିଥାଏ । ଏହି ଅନୁସାରେ, ଆଳତି ପରେ ତିନିଠାକୁରଙ୍କୁ ଯେଉଁ ଛଅମୂର୍ତ୍ତି (ଛଅ ସଂଖ୍ୟକ) ସୁନା ଅଳଙ୍କାର ଲାଗି ହୋଇଥାଏ ତାହାକୁ ‘ତଡାଉଲାଗି’ କୁହାଯାଏ । ଏଠାରେ ‘ତଡାଉ’ ସ୍ୱର୍ଣ୍ଣ ଅଳଙ୍କାରକୁ ବୁଝାଏ । ରଥରେ ସ୍ୱତନ୍ତ୍ର ଓ ସୁଦୃଶ୍ୟ ବଡବଡ ସ୍ୱର୍ଣ୍ଣାଳଙ୍କାର ଲାଗି ହୋଇଥାଏ । ତେଣୁ ଏହାକୁ ବଡ ତଡାଉ’ ବେଶ ବୋଲି କୁହାଯାଏ ।




admin 