K1 Live ତରଫରୁ ସାଇମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଭଜନ ପ୍ରତିଯୋଗିତା

K1 Live ତରଫରୁ ସାଇମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଭଜନ ପ୍ରତିଯୋଗିତା

K1 Live ତରଫରୁ ସାଇମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଭଜନ ପ୍ରତିଯୋଗିତା
ଭୁବନେଶ୍ୱର – K1 Live ଓ ସାଇଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୁଚନା ମୁତାବକ ଆଜି ସକାଳ ୧୦ଟା ସମୟରେ ଭୁବନେଶ୍ୱର ଟଙ୍କପାଣିରୋଡସ୍ଥିତ ସାଇମନ୍ଦିର ପରିସରରେ ଭଜନ ପ୍ରତିଯୋଗିଙ୍କ ସମାଗମ ହୋଇଥିଲା । ଏଥିପାଇଁ ଅନଲାଇନ ରେଜଷ୍ଟ୍ରେସନ ସରିଯାଇଥିବା ବେଳେ ଅଫଲାଇନରେ ରେଜଷ୍ଟେସନ ପାଇଁ ପ୍ରତିଯୋଗିଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ରାଉଣ୍ଡ ଓ ଦ୍ୱିତୀୟ ରାଉଣ୍ଡ ଦୁଇଟି ଫେଜରେ ପ୍ରତିଯୋଗିତା ହୋଇଥିଲା । ପ୍ରଥମ ରାଉଣ୍ଡରେ ପ୍ରତିଯୋଗିତାରେ ବିଚାରକ ଭାବରେ ଅଭିରାମ ଖୁଣ୍ଟିଆ, ମୋନାଲି ମଧୁସ୍ମିତା,ସୋଭନ କୁମାର ଓ ନିହାର ରଞ୍ଜନ ଫାଇନାଲ ରାଉଣ୍ଡରେ ଓଡିଶାର ସୁନାମଧନ୍ୟ କଣ୍ଠଶୀଳ୍ପି ଶାନ୍ତିଲତା ବାରିକ, ସୈାରଭ ନାୟକ ଓ କାର୍ତ୍ତିକ ମହାରଣା ଆଗାମୀ ଭବିଷ୍ୟତର କଣ୍ଠଶୀଳ୍ପି ଭାବରେ କିଭଳି ଭାବରେ ସଂଙ୍ଗୀତ ପ୍ରତି ଧ୍ୟାନଦେଇ ଅଭ୍ୟାସ କରିବାକୁ ପଡିବ ସମସ୍ତ ପ୍ରତିଯୋଗିଙ୍କୁ ପରାମର୍ଶ ଦେଇଥିଲେ । ଏହା ମଧରେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଶୁଭ୍ରାଂସୁ କୁମାର ବିଶୋୟୀ, ଦ୍ୱତୀୟ ସ୍ଥାନ ଆକାଂକ୍ଷା ସାହୁ, ତୃତୀୟ ସ୍ଥାନ ଆର୍ଶୀବାଦ ସାମଲ ଓ ଚତୁର୍ଥ ସ୍ଥାନ ଶ୍ରୀଦ୍ରିଷ୍ଣା ବିନ୍ଧାଣି ଅଧିକାର କରିଥିଲେ । ବାଦ୍ୟଯନ୍ତ୍ରରେ ସୁନୀଲ କୁମାର,ଦିବ୍ୟଜ୍ୟୋତି ପଣ୍ଡା ଓ ବାବୁ ସହଯୋଗ କରିଥିଲେ । ଏହି ଅବସରରେ ଆୟୋଜକ ମାନସ ଚୌଧୁରୀ ବିଜୟୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇବା ସହ ହାରଜିତକୁ ବିଚାରକୁ ନନେଇ ସଂଗୀତ ସାଧନାରେ ନିମଗ୍ନ ରହିବାକୁ ପରାମର୍ଶ ଦେଇଥିଲେ । ସମ୍ପ୍ରତି ଆଧୁନିକ ଗୀତର ଚାହିଦା ବଢ଼ିଥିଲେ ବି ଭଜନ ଆମ ତନମନରେ ନୂଆ ଉନ୍ମାଦନା ଖେଳାଇଥାଏ । ଆଗାମୀ ଦିନରେ ଏଭଳି କାର୍ୟ୍ୟକ୍ରମ ବ୍ୟାପକ ଭାବେ କରାଯିବ । ବିଜୟୀ ପ୍ରତିଯୋଗୀଙ୍କୁ ଜାନୁଆରୀ ୨ରେ ବରମୁଣ୍ଡାରେ ସାଇବାବାଙ୍କ ପାଇଁ ଆୟୋଜିତ ହେବାକୁ ଥିବା ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯିବ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ ।