ବିଷ୍ଣୁଙ୍କୁ ତପସ୍ୟା କରି ପାର୍ବତୀ ହେଲେ ବିମଳା

ବିଷ୍ଣୁଙ୍କୁ ତପସ୍ୟା କରି ପାର୍ବତୀ ହେଲେ ବିମଳା

ଦିନେ ବୈକୁଣ୍ଠରେ ଲକ୍ଷ୍ମୀନାରାୟଣ ଭୋଜନ ସମୟରେ ମହର୍ଷି ନାରଦ ପହଞ୍ଚିଲେ । ତେଣୁ ଯାହା ଅବଶିଷ୍ଟ ମହାପ୍ରସାଦ ଥିଲା ତାହା ନାରଦ ସେବନ କରି ନାଚି ନାଚି ଶିବଙ୍କ ପାଖରେ ପହଞ୍ଚିଲେ । ନାରଦଙ୍କ ହାତ ଅଙ୍ଗୁଳିର ନଖ କୋଣରେ ଟିକିଏ ଲାଖିଥିବା ମହାପ୍ରସାଦକୁ ଭୋଜନ କରି ଶିବ ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ । ଏକଥା ଜାଣିପାରି ମା ପାର୍ବତୀ ଶିବଙ୍କୁ ମହାପ୍ରସାଦ ମାଗିବାରୁ ଶିବ ପାର୍ବତୀଙ୍କୁ ଦେଇପାରିଲେ ନାହିଁ । ତେଣୁ ପାର୍ବତୀ ଶ୍ରୀଜଗନ୍ନାଥଙ୍କୁ ତପସ୍ୟା କରି ସବୁକଥା କହିବାରୁ ପ୍ରଭୁ ବିଷ୍ଣୁ କହିଲେ କଳିଯୁଗରେ ସେ ଶ୍ରୀଜଗନ୍ନାଥ ରୂପେ ନୀଳାଚଳ କ୍ଷେତ୍ରରେ ଆବିର୍ଭାବ ହେବେ । ସେତେବେଳେ ମା ପାର୍ବତୀ ସେଠାରେ ମା ବିମଳା ରୂପେ ପୀଠ ଅଧିଶ୍ୱରୀ ହେବେ । ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମା’ ବିମଳାଙ୍କୁ ଅର୍ପଣ ହେବା ପରେ ତାହା ମହାପ୍ରସାଦରେ ପରିଣତ ହେବ । ସେତେବେଳେ ଏହା ପାର୍ବତୀ ଲାଭ କରିପାରିବେ ।