ୟୁଜି ଓ ପିଜି ପରିବର୍ତ୍ତିତ ନାମଲେଖା ନେଇ ବିଜ୍ଞପ୍ତି
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଯୁକ୍ତ ତିନି ଓ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରିବର୍ତ୍ତିତ ସମୟ ସାରଣୀ ପ୍ରକାଶ ପାଇଛି। ପରିବର୍ତ୍ତିତ ସୂଚୀ ଅନୁଯାୟୀ +୩ ତୃତୀୟ ପର୍ୟ୍ୟାୟ ନାମଲେଖା ପାଇଁ ଅଗଷ୍ଟ ୧୨ ତାରିଖ ଓ ଦ୍ୱିତୀୟ ପର୍ୟ୍ୟାୟ ପିଜି ନାମଲେଖା ନେଇ ଅଗଷ୍ଟ ୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ତୃତୀୟ ପର୍ୟ୍ୟାୟ ମେଧା ତାଲିକା ଅଗଷ୍ଟ ୧୨ ତାରିଖରେ ଦିନ ୨ଟାରେ ପ୍ରକାଶ ପାଇବାକୁ ଥିବା ବେଳେ ଛାତ୍ରଛାତ୍ରୀମାନେ ୧୪ ରୁ ୧୭ ତାରିଖ ଭିତରେ ନାମଲେଖାଇବେ।
ସେହିପରି ୨୪ ତାରିଖ ଦିନ ୨ଟାରେ ଚତୁର୍ଥ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୨୭ ତାରିଖ ପର୍ୟ୍ୟନ୍ତ ଅନ୍ଲାଇନ ଆଡମିସନ ଫି ଦାଖଲ କରିବାକୁ ଥିବାବେଳେ ୨୫ ରୁ ୨୮ ତାରିଖ ପର୍ୟ୍ୟନ୍ତ ଚତୁର୍ଥ ପର୍ୟ୍ୟାୟ ନାମଲେଖା ହେବ। ଅଗଷ୍ଟ ୨୧ ତାରିଖରୁ +୩ ରେ ନୂତନ କରି ନାମଲେଖାଇଥଳବା ଛାତ୍ରଛାତ୍ରୀମାନଙ୍କର ପାଠପଢ଼଼ା ଆରମ୍ଭ ହେବ।
ଅପରପକ୍ଷେ ଦ୍ୱିତୀୟ ପର୍ୟ୍ୟାୟ ପିଜି ନାମଲେଖା ପାଇଁ ମେଧା ତାଲିକା ଅଗଷ୍ଟ ୯ ତାରିଖରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ଅଗଷ୍ଟ ୧୦ ରୁ ୧୪ ତାରିଖ ପର୍ୟ୍ୟନ୍ତ ସ୍ଳାଇଡ-ଅପ୍ ସହିତ ଅନ୍ଲାଇନ ନାମଲେଖା ଫି’ ଦାଖଲ କରିପାରିବେ। ୧୧ ତାରିଖ ଦିନ ୯ଟାରୁ ୧୬ ତାରିଖ ପର୍ୟ୍ୟନ୍ତ ପିଲାମାନେ ନାମଲେଖାଇପାରିବେ। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ୨୨ ତାରିଖରେ ତୃତୀୟ ପର୍ୟ୍ୟାୟ ପ୍ରୋଭିଜନାଲ ସିଟ ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇବ। ୨୩ ରୁ ୨୫ ତାରିଖ ପର୍ୟ୍ୟନ୍ତ ନାମଲେଖା ହେବାକୁ ଥିବା ବେଳେ ୩୧ ତାରିଖରେ ଚତୁର୍ଥ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ୱର ୧ ରୁ ୪ ତାରିଖ ମଧ୍ୟରେ ନାମଲେଖା ହେବ। ଅଗଷ୍ଟ ୨୧ରେ ପିଜି ପ୍ରଥମ ବର୍ଷ ପାଠପଢ଼଼ା ହେବ। ତେବେ ୟୁଜି ଓ ପିଜି ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ଶନିବାର ଶେଷ ହୋଇଛି