ଆଧାର କାର୍ଡକୁ ବୈଧ ପ୍ରମାଣ କାଗଜପତ୍ର ତାଲିକାରୁ ହଟାଇଲା ଇପିଏଫଓ

ଆଧାର କାର୍ଡକୁ ବୈଧ ପ୍ରମାଣ କାଗଜପତ୍ର ତାଲିକାରୁ ହଟାଇଲା ଇପିଏଫଓ

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ଜନ୍ମ ତାରିଖ କ୍ଷେତ୍ରରେ ଆଧାର କାର୍ଡକୁ ବୈଧ ପ୍ରମାଣ କାଗଜପତ୍ର ବା ଡକ୍ୟୁମେଣ୍ଟ ତାଲିକାରୁ ହଟାଇଦେଇଛି। ଇପିଏଫଓ ପକ୍ଷରୁ ନିଆଯାଇଥିବା ଏହି ବଡ଼ ନିଷ୍ପତ୍ତି ପରେ ଏଣିକି ଜନ୍ମ ତିଥି ଅପଡେଟ୍‌ ପ୍ରକ୍ରିୟାରେ ଆଧାର କାର୍ଡକୁ ସଂଗଠନ ଆଉ ବୈଧ ବୋଲି ବିଚାର କରିବନାହିଁ। ଏହାଫଳରେ ଜନ୍ମ ତାରିଖର ସଂଶୋଧନ କ୍ଷେତ୍ରରେ ଇପିଏଫ୍‌ ସଦସ୍ୟମାନେ ଆଉ ଆଧାର କାର୍ଡ ବ୍ୟବହାର କରିପାରିବେ ନାହିଁ। ବିଭିନ୍ନ କାର୍ୟ୍ୟ ପାଇଁ ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭାବେ ବିବେଚନା କରାଯାଏ।

ଭାରତରେ ଏହା ମୁଖ୍ୟତଃ ଅନେକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ, କିନ୍ତୁ ଇପିଏଫଓ ଜନ୍ମ ତାରିଖ ଅପଡେଟ ପ୍ରକ୍ରିୟାରେ ଆଧାର କାର୍ଡକୁ ବୈଧ ବୋଲି ବିଚାର କରିବ ନାହିଁ ବୋଲଇ କହିଛି। ଇପିଏଫଓ ପକ୍ଷରୁ ଏହାର ସଦସ୍ୟମାନଙ୍କ ଲାଗି ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଏହା କୁହାଯାଇଛି। ଅପରପକ୍ଷେ ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଏକ ଚିଠିରେ କହିଛି ଯେ ଜନ୍ମ ପ୍ରମାଣ ପାଇଁ ଆଧାର କାର୍ଡ ଗ୍ରହଣ କରାଯାଇପାରିବନାହିଁ। ଯଦି ଜନ୍ମ ପ୍ରମାଣପତ୍ର ପାଇଁ ଆଧାର ବ୍ୟବହାର କରାଯାଉଥାଏ ତେବେ ତାହାକୁ ତାଲିକାରୁ ହଟାଇଦେବା ଉଚିତ୍‌ ବୋଲି ପକ୍ଷରୁ କୁହାଯାଇଛି।