ଓଡ଼ିଶା ଆସିବେନି ଅମିତ ଶାହ, ଜାଣନ୍ତୁ କାରଣ

ଓଡ଼ିଶା ଆସିବେନି ଅମିତ ଶାହ, ଜାଣନ୍ତୁ କାରଣ

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେନି। ଆସନ୍ତା ୧୭ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ହେଲେ ଗୁଜୁରାଟରେ ମାଡ଼ ହେବାରେ ଥିବା ବାତ୍ୟାବିପର୍ଯ୍ୟୟପାଇଁ ସେ ଏହି ଗସ୍ତ ବାତିଲ କରିଛନ୍ତି। ତାଙ୍କର ଗସ୍ତର ଦୁଇ ଦିନ ପୂର୍ବରୁ ଏହାକୁ ବାତିଲ କରି ଦିଆଯାଇଛି ଆରବ ସାଗରରେ ସୃଷ୍ଟ ବାତ୍ୟା ବିପରଯୋୟ ଶୁକ୍ରବାର ଲ୍ୟାଣ୍ଡଫଲ୍ କରିବାକୁ ଥିବାବେଳେ ଏହାର ସମୀକ୍ଷା କରୁଛନ୍ତି ଗୃହମନ୍ତ୍ରୀ ତେଣୁ ଜୁନ ୧୭ ଗସ୍ତ ସମ୍ଭବପର ହେବ ନାହିଁ ତେବେ ଶାହଙ୍କ ଓଡିଶା ଗସ୍ତ ପରବର୍ତ୍ତୀ ସମୟରେ ନିର୍ଦ୍ଧାରଣ କରାଯିବା ନେଇ ସୂଚନା ମିଳିଛି

ସୂଚନା ଯେ, ସମ୍ଭାବ୍ୟ ବାତ୍ୟା ବିପରଯୋୟକୁ ଦୃଷ୍ଟିରେ ରଖି ଗୁଜରାଟରେ ହାଇଲେଭଲ୍‌ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ସେଠାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ସାଂସଦ, ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ସହିତ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲା ଉପରେ ଅଧିକ ଫୋକସ୍‌ ଦେବାକୁ ଅଧିକାରୀଙ୍କ ସହିତ ଆଲେଚନା କରିଛନ୍ତି