ଜାଲ୍ ସାର୍ଟିଫିକେଟ୍ରେ ଚାକିରି:ପୁଣି ଜଣେ ଶିକ୍ଷୟିତ୍ରୀ ଗିରଫ
ହିଂଜିଳିକାଟୁ: ଜାଲ୍ ସାର୍ଟିଫିକେଟ୍ରେ ଚାକିରି କରି ଧରା ପଡ଼ିବା ପରେ ଗଞ୍ଜାମରେ ପୁଣି ଜଣେ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଶିକ୍ଷୟିତ୍ରୀ ହେଉଛନ୍ତି ହିଞ୍ଜିଳି ବ୍ଲକ୍ ପୋଡ଼ିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲତିକା ବରଡ଼। ତାଙ୍କୁ କେସ୍ ନମ୍ବର ୬୪୫/୨୨ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ରେ ଶିକ୍ଷକତା କରୁଥିବା ନେଇ ବିଗତ ବର୍ଷରେ ଅଭିଯୋଗ ଆସିଥିଲା।
ଏହି ଅଭିଯୋଗ ଅନୁସାରେ ଶିକ୍ଷା ବିଭାଗ ତରଫରୁ ସାର୍ଟିଫିକେଟ୍ ଯାଞ୍ଚ କରାଯାଇଥିଲା। ଯାହାକି ଚୂଡ଼ାନ୍ତ ତଦନ୍ତ ରିପୋର୍ଟରୁ ଜାଲ୍ ସାର୍ଟିଫିକେଟ୍ ବୋଲି ଜଣାପଡ଼ିଥିଲା। ଏହା ଆଧାରରେ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିକ୍ଷୟିତ୍ରୀ ଲତିକା ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ପାଇଥିବା ଯାଞ୍ଚ ବେଳେ ଜଣା ପଡ଼ିଥିଲା। ଏଣୁ ହିଂଜିଳିକାଟୁ ବ୍ଲକ୍ ଶିକ୍ଷା ଅଧିକାରୀ ଗତବର୍ଷ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଦୀର୍ଘଦିନ ଧରି ଶିକ୍ଷୟିତ୍ରୀ ଜଣକ ଫେରାର୍ ରହିବା ପରେ ପୁଲିସ ହିଂଜିଳିକାଟୁ ଅଞ୍ଚଳରୁ ତାଙ୍କୁ ଶେଷରେ ଗିରଫ କରିଛି।