ବିଜେଡି ଛାଡ଼ିଲେ ଏହି ପୂର୍ବତନ ବିଧାୟକ

ବିଜେଡି ଛାଡ଼ିଲେ ଏହି ପୂର୍ବତନ ବିଧାୟକ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବୁର ସିସା  ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର  ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା କହିଛନ୍ତି। 
ଶ୍ରୀ ସିସା କହିଛନ୍ତି ଯେ, ସେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଗତ ୧୬ବର୍ଷ ଧରି ସେ ଦଳର ସଦସ୍ୟ ଭାବେ ରହିଆସିଥିଲେ। ଏବେ ଆଗକୁ ଯିବାର ସମୟ ଆସିଛି। ନିଜ ନିର୍ବାଚନମଣ୍ଡଳୀ ଓ ରାଜ୍ୟର ଲୋକଙ୍କ ସେବା କରିବା ସର୍ବଦା ତାଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ନିଜ ଲୋକ ଓ କର୍ମୀମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ନିମନ୍ତେ ସେ ପୁଣିଥରେ ଏକ ପୁଣିଥରେ ନୂଆ ଆରମ୍ଭ କରିବାରେ ବିଶ୍ୱାସ ରଖିଛନ୍ତି। ତେଣୁ ସେ ବିଜେଡିରୁ ଇସ୍ତଫା ଦେଲେ ବୋଲି କହିଛନ୍ତି। ୨୦୧୪ ମସିହାରେ ସେ ବିଜେଡି ଟିକେଟରେ ଚିତ୍ରକୋଣ୍ଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ନଦେଇ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ଦେଇଥିଲା ଓ ସେ ବିଜୟୀ ହୋଇଥିଲେ।