ବିଜେଡିକୁ ଝଟକା: ବିଜେପିରେ ମିଶିଲେ ଅର୍ଚ୍ଚନା ନାୟକ

ବିଜେଡିକୁ ଝଟକା: ବିଜେପିରେ ମିଶିଲେ ଅର୍ଚ୍ଚନା ନାୟକ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡାରେ ବିଜେଡିକୁ ଛଟକା । ବିଜେଡି ଛାଡ଼ି ବିଜେପିରେ ମିଶିଲେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ । ଏହାସହ ଡେରାବିଶର ବର୍ତ୍ତମାନ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ । ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଦଳରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ କ୍ୟାମ୍ପରେ ସାମିଲ ହୋଇଛନ୍ତି । ସେହିପରି ଡେରାବିଶ ବ୍ଲକର ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବିଜେଡି ନେତା ସରୋଜକାନ୍ତ ସାହୁଙ୍କ ସହ ପ୍ରଭାତୀ ମଲ୍ଲିକ, ଡ.ପ୍ରିୟବ୍ରତ ମିଶ୍ର ବିଜେପିରେ ସାମିଲ ହେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ଦଳରେ ଯୋଗ ଦେଇଥିବା ମତ ରଖିଛନ୍ତି । ସମସ୍ତେ ଦଳର ଦଳର ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ''୨୦୦୪ରେ କେନ୍ଦ୍ରାପଡ଼ାରୁ ସାଂସଦ ଥିଲେ ଅର୍ଚ୍ଚନା । ୨୦୦୯ରେ ଭୁବନେଶ୍ୱରରୁ ବିଜେପିର ପ୍ରାର୍ଥୀ ହୋଇ ପରେ ଦଳ ଠାରୁ ଦୂରେଇ ରହିଥିଲେ । ଏବେ ଅର୍ଚ୍ଚନାଙ୍କ ଘର ବାହୁଡା଼ ହୋଇଛି । ତେଣୁ ଏହି ଅଭିଜ୍ଞ ନେତା ମାନେ ମିଶି କେନ୍ଦ୍ରାପଡାରେ ଦଳର ସଂଗଠନକୁ ମଜଭୁତ କରିବ ସହ ବିଜେପିର ବିଜୟରେ ସାମିଲ ହେବେ । ''

ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତା କହିଛନ୍ତି, ଓଡିଶାରେ ଯେଉଁ ଛାୟା ସରକାରର ଶାସନ ଚାଲିଛି ଏହାକୁ ବିରୋଧ କରି ଆମେ ଦଳରେ ମିଶିଛୁ । ଏହି ଛାୟା ସରକାର ରାଜ୍ୟରୁ ବିତାଡିତ ହେବା ଆବଶ୍ୟକ ରହିଛି । ଆଗାମୀ ଦିନରେ ଓଡ଼ିଶାରେ ଏହା ନିଶ୍ଚିତ ପ୍ରତିଫଳିତ ହେବ । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ ।