କପିଳେଶ୍ୱର-ଜଟଣୀ (କେଜେ ରୋଡ଼)ର ନବୀକରଣର ଶୁଭ ଉଦଘାଟନ ହେଲା

ଦୀର୍ଘଦିନର ପରିଶ୍ରମ ଆଜି ସାର୍ଥକ ହୋଇଛି- ସୁରେଶ କୁମାର ରାଉତରାୟ, ବିଧାୟକ ଜଟଣୀ

କପିଳେଶ୍ୱର-ଜଟଣୀ (କେଜେ ରୋଡ଼)ର ନବୀକରଣର ଶୁଭ ଉଦଘାଟନ ହେଲା

ଭୁବନେଶ୍ୱର : ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର
ରାଉତରାୟ ଆଜି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ
କପିଳେଶ୍ୱର–ଜଟଣୀ ରୋଡ ଯାହାକୁ କେଜେ ରୋଡ଼ ବୋଲି କହନ୍ତି
ସେହି ରୋଡ଼ର ନବୀକରଣ ପାଇଁ ସେ ବାରମ୍ବାର ମୁଖ୍ୟମନ୍ତ୍ରୀ,୫ଟି ସଚିବଙ୍କ
ଠାରୁ ଆରମ୍ଭକରି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ମଧ୍ୟ
ବାରମ୍ବାର ଅନୁରୋଧ କରିଥିଲେ । ଏପରିକି ମନ୍ତ୍ରୀଙ୍କୁ ନିମନ୍ତ୍ରିତ କରି ସେ
ରାସ୍ତା ନବୀକରଣର କଣ ଆବଶ୍ୟକତା ରହିଛି କ୍ଷେତ୍ର ପରିଦର୍ଶନ ମଧ୍ୟ
କରିଥିଲେ ।


ଗତକାଲି ପଧାନସାହି ଠାରେ ସ୍ଥାନୀୟ ବିଧାୟକ ଶ୍ରୀ ସୁରେଶ
କୁମାର ରାଉତରାୟଙ୍କ ଉପସ୍ଥିତିରେ ଏହି ରାସ୍ତା ନିର୍ମାଣର
ଶୁଭଉଦଘାଟନ ହୋଇଥିଲା ଯେଉଁଥିରେ ୮୧ କୋଟି ଟଙ୍କା ଖର୍ଚ୍ଚ ହେବାର
ବ୍ୟୟବରାଦ ହୋଇଛି । ଡିପିଆଇ ଏବଂ ରୋଡ଼ର ମୁଖ୍ୟ
ନିର୍ବାହୀଯନ୍ତ୍ରୀ ଶ୍ରୀ ତାରା ପ୍ରସାଦ ମିଶ୍ର ନାରିକେଳ ଭାଙ୍ଗି ଏହି
ନିର୍ମାଣର ଶୁଭ ଉଦ୍‌ଘାଟନ କରିଥିଲେ । ଏଠରେ ଉଲ୍ଲେଖଯୋଗ୍ୟ ଯେ
ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର କାର, ମୋଟରସାଇକେଲ ଏବଂ
ପଦାଚାରୀ ଯାଇଥାନ୍ତି । ଏହି ରାସ୍ତାର ଦୁଇପାଖରେ ବହୁତ ଜନବସତି ହେବା
ଫଳରେ ସେହି ରାସ୍ତାରେ ଗମନାଗମନ ଅତ୍ୟନ୍ତ ଅସୁବିଧା ହେଉଥିଲା । ତେଣୁ
ଏହାର ନିର୍ମାଣ ଶୁଭାରମ୍ଭ ହୋଇଥିବାରୁ ସେଠିକାର ସ୍ଥାନୀୟ ବାସିନ୍ଦାଙ୍କ
ମନରେ ଆନନ୍ଦ ଉଦ୍ରେକ ହୋଇଛି । ଏହି କାର୍ଯ୍ୟକ୍ରମରେ ସୁପରିଟେଣ୍ଡିଂଙ୍ଗ
ଇଞ୍ଜିନିୟର ବି. ଜଗବନ୍ଧୁ ରାଓ, ଜୁନିୟର ଇଂଜିନିୟର ପୂର୍ଣ୍ଣଚନ୍ଦ୍ର
ବେଉରିଆ, ସ୍ଥାନୀୟ ମୁରବୀ ବ୍ୟକ୍ତି କୈବଲ୍ୟ ସାମନ୍ତରାୟ, ସୁଂଧାଶୁ
ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ବିଦୁର ମଙ୍ଗରାଜ, ପ୍ରେମା ରାଉତରାୟ,
ସୁକାନ୍ତ ଛୋଟରାୟ, ବିବେକାନନ୍ଦ ବଡ଼ଜେନା, ନାଲୁ ଖଟେଇ ପ୍ରମୁଖ ବହୁ
ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ ।
(ସୁରେଶ କୁମାର ରାଉତରାୟ)