ଏଣିକି ପାର୍ଟି ଅଫିସରୁ ଚାଲିବ ସରକାର ! ବିଜେପି ଅଫିସରୁ, ସରକାର ସୁଣିବେ ଗୁହାରୀ !

ଏଣିକି ପାର୍ଟି ଅଫିସରୁ ଚାଲିବ ସରକାର ! ବିଜେପି ଅଫିସରୁ, ସରକାର ସୁଣିବେ ଗୁହାରୀ !

ଏଣିକି ପାର୍ଟି ଅଫିସରୁ ଚାଲିବ ସରକାର ! ବିଜେପି ଅଫିସରୁ, ସରକାର ସୁଣିବେ ଗୁହାରୀ ! ଉଠୁଁଛି ପ୍ରଶ୍ନ, ବିରୋଧୀଙ୍କୁ ମିଳିବତ ଏଣ୍ଟ୍ରି ! କଣ ପଡିଲା ଅଭାବ ? ଦଳୀୟ କାର୍ଯ୍ୟାଳୟରେ ଚାଲିବ, ସରକାରୀ କାର୍ଯ୍ୟ

ହଁ ଆଜ୍ଞା, ଏଣିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ୨ଜଣ ମନ୍ତ୍ରୀ ଶୁଣିବେ ଅଭିଯୋଗ । ଦଳୀୟ କର୍ମୀ, କର୍ମକର୍ତ୍ତାଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଏଠାରେ ନିଜର ଆପତ୍ତି-ଅଭିଯୋଗ କରିପାରିବେ । ତେବେ ସାଧାରଣରେ ପ୍ରଶ୍ନ  ଉଠୁଛି ଦଳିୟ ପାର୍ଟି ଅଫିସରେ ସମସ୍ୟାର ସୁଣାଣି କେତେ ନିରପେକ୍ଷ । ତେବେ ଏ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣିକୁ ସ୍ୱାଗତ କରିଛନ୍ତି । ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜନତାଙ୍କ ସମସ୍ୟାର ସମାଧାନ ହେଉଛି ଆମର ପ୍ରାଥମିକତା । ତେବେ ଏଭଳି ଏକ ନିସ୍ପତ୍ତିକୁ ବିରୋଧ କରିଛି ରାଜ୍ୟ କଂଗ୍ରେସ ।