ନବୀନ ସରକାର ପିସି ସରକାର- କଂଗ୍ରେସ

ନବୀନ ସରକାର ପିସି ସରକାର- କଂଗ୍ରେସ

ରାଜ୍ୟରେ ୨୪ ବର୍ଷଧରି ଶାସନ କରୁଥିବା ନବୀନ ସରକାର ହେଉଛି ପିସି ସରକାର । ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା, ସଚିବାଳୟ ପର୍ଯ୍ୟନ୍ତ ଲମ୍ବିଛି ପିସି କାରବାର । ଏହି କାରବାରରେ ସଂଶ୍ଳିଷ୍ଟ ଅଛନ୍ତି ଶାସକ ଦଳର କର୍ମୀ, ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ । ଆବାସ ଯୋଜନାରେ ବାସଗୃହରୁ ବଂଚିତ ଥିବା ପ୍ରତ୍ୟେକ ହିତାଧିକାରୀମାନଙ୍କ ଠାରୁ ୨୦-୩୦ ହଜାର ଟଙ୍କା ପର୍ଯ୍ୟନ୍ତ ପିସି ନିଆଯାଉଛି । ଇଲେକ୍ଟି୍ରସିଟି ବୋର୍ଡ, ଟ୍ୟାକ୍ସ ଅଫିସ, ଜଙ୍ଗଲଜମିରେ ଦୁର୍ନୀତି, ୫ଟି ସ୍କୁଲ, ପରିବହନ ଅଫିସ, ରାସ୍ତା ନିର୍ମାଣ ଆଦିରେ ବ୍ୟାପକ ପିସି କାରବାର ଚାଲିଛି । ଏପରିକି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜମି ରେଜିଷ୍ଟ୍ରେସନ ଏବଂ ଜମିର କିସମ ପରିବର୍ତନ ସମୟରେ ସାଧାରଣ ଗରିବ ଲୋକଙ୍କ ଠାରୁ ମଧ୍ୟ ପିସି ନିଆଯାଉଛି ।]ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହିଭଳି ସଂଗୀନ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀଯୁକ୍ତ ସିର୍ଦ୍ଧାଥ ରାଉତରାୟ । ଶ୍ରୀ ରାଉତରାୟ ଆହୁରି ମଧ୍ୟ କହିଛନ୍ତି ତାମିଲ ଅଫିସରଙ୍କ ସହଯୋଗରେ ଭୁବନେଶ୍ୱରରେ ଶତାଧିକ ଏକର ଜମି ମୋଟା ଅଙ୍କର ପିସି ନେଇ ଅଣଓଡ଼ିଆଙ୍କ ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ନୂଆକରି ତିଆରି ହେଉଥିବା ବସଷ୍ଟାଣ୍ଡ କାର୍ଯ୍ୟରେ ଅନେକ ପରିମାଣର ଟଙ୍କା ହେରଫେର ହେଉଥିବାର ଅଭିଯୋଗ ଆଣିଛନ୍ତି ଶ୍ରୀ ରାଉତରାୟ । ରାଜ୍ୟର ସମସ୍ତ ପଂଚାୟତ ମାନଙ୍କରେ ନିର୍ମାଣ ହେଉଥିବା ଆବର୍ଜନା କୁଣ୍ଡ ମାଧ୍ୟମରେ କୋଟି କୋଟି ଟଙ୍କାର ଅର୍ଥ ହରିଲୁଟ କରାଯାଉଛି । ଚାଷୀମାନଙ୍କୁ ଚାଷପାଇଁ ଆବଶ୍ୟକ ପରିମାଣର ପାଣି ଯୋଗାଇ ନ ଦେଇ ବିଜେଡ଼ି ସରକାର କଳକାରଖାନାକୁ ପାଣି ଯୋଗାଉଛନ୍ତି । ଏହା ଫଳରେ ଚାଷ କ୍ଷେତ୍ରରେ ପାଣିର ଘୋର ଅଭାବ ରାଜ୍ୟରେ ଦେଖାଯାଉଛି । ଏହା ସହିତ ଶ୍ରୀ ରାଉତରାୟ ରାଜ୍ୟରେ ଚାଲିଥିବା ଖଣି ଦୁର୍ନୀତି ସହିତ ଖଣି କାରବାରରେ ହେଉଥିବା ବ୍ୟାପକ ପିସି ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।