ମାହାଙ୍ଗାରେ ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସାଙ୍ଗଠନିକ ବୈଠକ

ମାହାଙ୍ଗାରେ ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସାଙ୍ଗଠନିକ ବୈଠକ

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୂଳବସନ୍ତ ଗ୍ରାମପଞ୍ଚାୟତ ର ଗୋପାଳପୁର ଗ୍ରାମଠାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ମାହାଙ୍ଗା ର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱ ରେ  ମୂଳବସନ୍ତ ଗ୍ରାମପଞ୍ଚାୟତ କଂଗ୍ରେସ କମିଟି ର ସହଯୋଗରେ ୩୯ ନଂ ଜୋନ ର ସାଙ୍ଗଠନିକ ବୈଠକ ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ର ସଭାପତି ଅଲେଖ ପ୍ରସାଦ ସ୍ୱାଇଁ ଙ୍କ ଅଧକ୍ଷତାରେ କଟକ ଜିଲ୍ଲା କଂଗ୍ରେସ କମିଟି ର ସମ୍ପାଦକ ସରୋଜ ପରିଡା ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ ରେ ୩୯ ନଂ ଜୋନ ର ସମସ୍ତ ଗ୍ରାମପଞ୍ଚାୟତ କଇଥା, ସମସରପୁର,ବାଜପୁରା,କୁଣ୍ଡି, ମଧୁପୁର, କୋଳିଅଠା, ବାସୁଦେବ ପୁର,ମୂଳବସନ୍ତ, ସାହାପୁର ଗ୍ରାମପଞ୍ଚାୟତର ସମସ୍ତ ସଭାପତି,ବରିଷ୍ଠ ଓ ଯୁବ କର୍ମୀ ମାନଙ୍କୁ ନେଇ ନିର୍ବାଚନ ପରିଚାଳନା କମିଟି ଗଠନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକ ରେ ଚୈତନ ପ୍ରସାଦ ପାଣି, ଆତାରୁଲ ଇସଲାମ, ସେକ ବାଦଲ, ସଚିନ୍ଦ୍ର ବାରିକ, ବସନ୍ତ ପରିଡା , ଦେବେନ୍ଦ୍ର ପରିଡା, ବିଶ୍ୱରଂଜନ ଜେନା, ଉତ୍ସବ ପରିଡା, ହରିହର ବରାଳ, ଅଭିମନୁ ମହାନ୍ତି, ଆଶୁତୋଷ ମଲ୍ଲିକ, ଯୁବ ନେତା ଉତ୍ତମ କୁମାର ବେହେରା, ସୁନାକାର ବରାଳ ତ୍ରୈଲୋକ୍ୟ ପ୍ରସାଦ ଦାସ, ଶରତ ମହାନ୍ତି,ଅନନ୍ତ କିଶୋର ଦାସ, ସୁଦୀପ୍ତ କୁମାର ସାହୁ, ବିଦ୍ୟାଧର ବେହେରା, ଧୀରେନ୍ଦ୍ର ନାୟକ,ପ୍ରେମାନନ୍ଦ ସ୍ୱାଇଁ, ଧ୍ରୁବ ଚରଣ ସେଠୀ,ହରିହର ପ୍ରଧାନ,ସୁକାନ୍ତ କୁମାର ମଲ୍ଲିକ,ଗଣେଶ୍ୱର ଜେନା ପ୍ରମୁଖ ଯୋଗଦେଇଥିଲେ